ପିଆଜ ଦର ନିୟନ୍ତ୍ରଣରେ ରଖିବା ପାଇଁ ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ : ପିଆଜର ଦର ବୃଦ୍ଧି ନିୟନ୍ତ୍ରଣ କରିବାକୁ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ଘରୋଇ ଉପଲବ୍ଧତା ବୃଦ୍ଧି ଏବଂ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୩୧, ୨୦୨୪ ପର୍ୟ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଜି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଏହି ଘୋଷଣା କରାଯାଇଛି । ଦେଶରେ ସମ୍ପ୍ରତି ପିଆଜ କିଲୋଗ୍ରାମ ପିଛା ୬୦ରୁ ୭୦ରେ ବିକ୍ରି ହେଉଛି ।
ଘରୋଇ ବଜାରରେ ପିଆଜର ଉପଲବ୍ଧତା ସୁନିଶ୍ଚିତ ଓ ଦର ନିୟନ୍ତ୍ରଣ କରିବା ପାଇଁ ଏହାର ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି, ଯାହା ଡିସେମ୍ବର ୩୧ ତାରିଖ ଯାଏଁ ବଳବତ୍ତର ରହିଛି । ଗତ ଅଗଷ୍ଟ ୧୯ରୁ ଏହି ନିଷ୍ପତ୍ତି ନିଆଯାଇଛି।
Powered by Froala Editor