ଚୀନର ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ: ଚୀନର ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ଆତ୍ମହତ୍ୟା । ଜୁଲାଇ ମାସରେ ନିଜ ପଦରୁ ବହିଷ୍କୃତ ହୋଇଥିବା ଚୀନର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠିଛି। ଆତ୍ମହତ୍ୟା କିମ୍ବା ନିର୍ୟାତନା ଯୋଗୁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଚୀନ୍ର ଶୀର୍ଷ ଅଧିକାରୀଙ୍କ ନିକଟରେ ଥିବା ଦୁଇଜଣ ଦାବି କରିଛନ୍ତି ଯେ ଜୁଲାଇ ଶେଷ ଭାଗରେ ବେଜିଂର ଏକ ସାମରିକ ଡାକ୍ତରଖାନାରେ କିନଙ୍କ ମୃତ୍ୟୁ ଘଟିଥିଲା। ଏହି ହସ୍ପିଟାଲରେ ଦେଶର ଶୀର୍ଷ ନେତାଙ୍କ ଚିକିତ୍ସା କରାଯାଇଥାଏ। ଏହା ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ କରିଥିଲା ଯେ, କିନ୍ ଆମେରିକାରେ ରାଷ୍ଟ୍ରଦୂତ ଥିବା ବେଳେ ତାଙ୍କର ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିଲା। ପୂର୍ବତନ ବୈଦେଶିକ ମନ୍ତ୍ରୀ ତଦନ୍ତରେ ସହଯୋଗ କରୁଥିଲେ। କମ୍ୟୁନିଷ୍ଟ ପାର୍ଟିର ଆଭ୍ୟନ୍ତରୀଣ ତଦନ୍ତରୁ ଜଣାପଡିଛି ଯେ କିନ୍ ଆମେରିକାରେ ଚୀନ୍ର ରାଷ୍ଟ୍ରଦୂତ ଭାବରେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ପୂରା ଅବଧି ଏହି ସମ୍ପର୍କରେ ଥିଲେ। ଏହି ସମ୍ପର୍କ ଯୋଗୁଁ ଆମେରିକାରେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ଜୁଲାଇ ୨୦୨୧ରୁ ଚଳିତ ବର୍ଷ ଜାନୁଆରି ପର୍ୟ୍ୟନ୍ତ ସେ ୱାସିଂଟନରେ ଚୀନର ରାଷ୍ଟ୍ରଦୂତ ଥିଲେ।
Powered by Froala Editor