ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ରେ ନିଆଁ

ମହାରାଷ୍ଟ୍ରର ସତାରାରୁ ୪୦ ହଜ୍ ଯାତ୍ରୀଙ୍କୁ ନେଇ ବସ୍ଟି ଯାଉଥିବା ବେଳେ ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ବସ୍ଟି ତସ୍ୱାଡେ ଟୋଲ ବୁଥରେ ରହିଥିବା ବେଳେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସମସ୍ତ ଯାତ୍ରୀ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ କେହିବି ମୃତାହତ ହୋଇନାହାନ୍ତି।
ସତାରାର ମିରାଜରୁ ହଜ ଯାତ୍ରା ପାଇଁ ଡଲଫିନ ନାମକ ଏକ ବସ୍ ଯାଉଥିଲା। ଏହି ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଭୋରୁ ହଠାତ୍ ଏଥିରେ ନିଆଁ ଲାଗି ହୁ ହୁ ଜଳିବାକୁ ଲାଗିଥିଲା। ବସ୍ରୁ ଧୂଆଁ ବାହାରିବା ପରେ ପ୍ରଥମେ ଡ୍ରାଇଭର ଆଲର୍ଟ ହୋଇ ସମସ୍ତ ଯାତ୍ରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ସମସ୍ତେ ବସ୍ ଭିତରୁ ବାହାରି ଆସିଥିଲେ। ତେବେ ବିଦ୍ୟୁତ ତାରରେ ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲିଭିଯାଇଥିଲେ ମଧ୍ୟ ଏହି ଟ୍ରାଭେଲ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି। ସେପଟେ ନିଆଁ ଲାଗିବା ଯୋଗୁ ଯାତ୍ରୀଙ୍କ ଅନେକ ବ୍ୟାଗ୍ ଓ ଜିନିଷ ପତ୍ର ଜଳି ଯାଇଛି। ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ ବସ୍ଟି ତସ୍ୱାଡେ ଟୋଲ ବୁଥରେ ଜଳିଯାଇଥିଲା ବୋଲି ସୂଚନା ରହିଛି। କହିବାକୁ ଗଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ବଞ୍ଚି ପାରିଛି ୪୦ ଜୀବନ।
Powered by Froala Editor