ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଙ୍ଗନାଙ୍କୁ ମିଳିନି ନିମନ୍ତ୍ରଣ

ଆସନ୍ତା ଜାନୁଆରି ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି।
କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି, ଚଳଚ୍ଚିତ୍ର ତାରକା ଅମିତାଭ ବଚ୍ଚନ ଏବଂ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ପ୍ରାୟ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଛି। ଅକ୍ଷୟ କୁମାର, ଆଶା ଭୋଁସଲେ, ଆରଏସଏସ ମୁଖ୍ୟ ମୋହନ ଭଗବତ, ଯୋଗ ଗୁରୁ ରାମଦେବ, ଶିଳ୍ପପତି ରତନ ଟାଟା, ଶିଳ୍ପପତି ଗୌତମ ଆଦାନୀଙ୍କୁ ମଧ୍ୟ ସମାରୋହ ପାଇଁ ନିମନ୍ତ୍ରଣ ପଠାଯାଇଛି। ତାଲିକାରେ ୩ ହଜାର ଭିଭିଆଇପି ନିମନ୍ତ୍ରିତଙ୍କ ସମେତ ମୋଟ୍ ୭ ହଜାର ଲୋକଙ୍କ ନାମ ରହିଛି।
‘ରାମାୟଣ’ରେ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଦେବୀ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ ଅତିଥି ତାଲିକାରେ ନାହିଁ।
ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏତେ ସଂଖ୍ୟକ ଭିଆଇପି, ନାମୀଦାମୀ ସେଲିବ୍ରିଟି ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିବାବେଳେ କଙ୍ଗନାଙ୍କ ନାଁ କାହିଁକି ନାହିଁ ବୋଲି ପ୍ରଶ୍ନ ଉଠିଛି । ଏନେଇ କଙ୍ଗନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ ତାଙ୍କ ଫ୍ୟାନ୍ସମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।
Powered by Froala Editor