ନୂଆବର୍ଷରୁ ସିମକାର୍ଡ ପାଇଁ ନୂଆ ନିୟମ, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: ନୂଆବର୍ଷରୁ ଦେଶରେ ଲାଗୁ ହେବାକୁ ଯାଉଛି କେତେକ ନୂଆ ନିୟମ। ଏଥିମଧ୍ୟରୁ ସିମ୍ କାର୍ଡ ନିୟମ ଅନ୍ୟତମ। କାରଣ ଜାନୁଆରୀ ପହିଲାରୁ ସିମ୍ କାର୍ଡ ସମ୍ବନ୍ଧୀୟ ନିୟମରେ େକେତକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ଏକ ନୂତନ ସିମ୍ କାର୍ଡ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଆପଣ ନୂତନ ନିୟମ ବିଷୟରେ ଜାଣିବା ଉଚିତ୍। ଐଣିକୁ ଜାନୁଆରୀ ପହିଲାଠାରୁ ସିମ୍ କାର୍ଡ କିଣିଲେ କେବଳ ଡିଜିଟାଲ୍ କେୱାଇସି ରହିବ। ସିମ୍ କାର୍ଡ ଇସ୍ୟୁ ପ୍ରକ୍ରିୟା ଅଧିକ ତୀବ୍ର ହେବ। ପୂର୍ବ ଭଳି ଆଉ ଫିଜିକାଲ ଯାଞ୍ଚ ପାଇଁ ଡକ୍ୟୁମେଣ୍ଟ ସଂଗ୍ରହ କରିବାକୁ ପଡିବନାହି, ଯାହା ମହଙ୍ଗା ଆଉ ସମୟସାପେକ୍ଷ ଥିଲା। ଏହି ନୂଆ ନିୟମ କାର୍ୟ୍ୟକାରୀ ହେଲେ ଗ୍ରାହକଙ୍କୁ ଏକ ନୂତନ ସିମ୍ କାର୍ଡ ପାଇବା ସହଜ ହେବ।
ଜାନୁଆରୀ ପହିଲାରୁ ସିମ୍ କାର୍ଡ କିଣିବା ଉପରେ କେବଳ ଡିଜିଟାଲ୍ କେୱାଇସି ବ୍ୟବସ୍ଥା ଜରିଆରେ ଡକ୍ୟୁମେଣ୍ଟଗୁଡିକର ଯାଞ୍ଚ କରାଯିବ। ଏହି ନୂଆ ବ୍ୟବସ୍ଥାର କାର୍ୟ୍ୟାନ୍ବୟନ ନେଇ କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି। ଅଗଷ୍ଟରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ୟ୍ୟକାରୀ କରିବାରେ ବିଳମ୍ବ ହୋଇଥିଲା। ଏହି ଅବଧି ମଧ୍ୟରେ, ସିମ୍ କାର୍ଡ ବିକ୍ରେତାମାନଙ୍କର ଯାଞ୍ଚ ମଧ୍ୟ କରାଯିବ। ବାସ୍ତବରେ ସାଇବର ଠକେଇର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି ଏବଂ ଏହି ପ୍ରସଙ୍ଗରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ, ଯେ କୌଣସି ବ୍ୟକ୍ତିଙ୍କ ନାମରେ ଦିଆଯାଇଥିବା ସିମ୍ କାର୍ଡ ଜଣେ ପାଇପାରୁଥିଲେ ଏବଂ ତାହାକୁ ବ୍ୟବହାର କରୁଥିଲେ। ସିମ୍ କାର୍ଡ ନିୟମ ଲାଗୁ କରାଯିବା ପରେ ଡକ୍ୟୁମେଣ୍ଟର ଡିଜିଟାଲ କେୱାଇସି ବ୍ୟବସ୍ଥା କାର୍ୟ୍ୟକାରୀ କରାଯିବା ଦ୍ବାରା ଆଉ କେହି ଅନ୍ୟ ଜଣଙ୍କର ସିମ୍ କାର୍ଡ ବ୍ୟବହାର କରିପାରିବେ ନାହିଁ।
Powered by Froala Editor