ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ଆଗରେ ଲୁହ ଛଳଛଳ
![ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ଆଗରେ ଲୁହ ଛଳଛଳ](https://odishanewslens.com/news_gallery/26411_1701891167.jpg)
ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କୁ ଅତି କଠୋର ପ୍ରକାରର ଶାସକ । କିନ୍ତୁ ତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ବିଶ୍ୱାସ କରିବା କଷ୍ଟସାଧ୍ୟ । ଭିଡିଓରେ କିମ ଜୋଙ୍ଗ ଉନ୍ କାନ୍ଦୁଥିବା ଦେଖାଯାଉଛି । ଏହା ସହ ଆଖିରୁ ବହି ଆସୁଥିବା ଲୁହକୁ ସେ ପୋଛି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।
କୋରିଆର ଏକଛତ୍ରବାଦୀ ଶାସକଙ୍କ ଭାବପ୍ରବଣତା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିମ ଜୋଙ୍ଗ ଉନ ତାଙ୍କ ଭାବପ୍ରବଣ ଆବେଦନରେ ତାଙ୍କ ଦେଶର ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ଏବଂ ସେମାନଙ୍କୁ କମ୍ୟୁନିଷ୍ଟଙ୍କ ପରି ବଢାଇବାକୁ କହିଥିଲେ । ଏହି ଭାଷଣ ସମୟରେ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା ।
ଉତ୍ତର କୋରିଆର ପ୍ୟୋଙ୍ଗୟାଙ୍ଗରେ ମା ମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି କିମ୍ ଉତ୍ତର କୋରିଆର ଜନସଂଖ୍ୟା ହ୍ରାସ ହାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେବେ ସେଠାରେ ସେ ମହିଳାମାନଙ୍କୁ ଏପରି ନିବଦେନ କରିବା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ । ଏହା ସହିତ ଧଳା ରୁମାଲରେ ଆଖି ପୋଛିଥିବାର ନଜର ଆସିଥିଲେ।
Powered by Froala Editor