ସମୀରଙ୍କ ପାଇଁ ପାକିସ୍ତାନ ସୀମା ପାର୍ କଲେ ଜାଭରିୟା
![ସମୀରଙ୍କ ପାଇଁ ପାକିସ୍ତାନ ସୀମା ପାର୍ କଲେ ଜାଭରିୟା](https://odishanewslens.com/news_gallery/26384_1701807149.jpg)
ପୁଣି ପ୍ରେମ ପାଇଁ ସୀମା ପାର୍ କରିଛନ୍ତି ପାକିସ୍ତାନୀ ଯୁବତୀ । ଯୁବତୀ ଜଣକ ହେଉଛନ୍ତି କରାଚୀର ବାସିନ୍ଦା ଜାଭରିୟା ଖାନମ୍ । ଭାତରର ସମୀର ଖାନ୍ଙ୍କୁ ସେ କରିବେ ଜୀବନ ସାଥୀ। ଓ୍ୱାଘା ବର୍ଡର ଡେଇଁ ସେ ପାକିସ୍ତାନରୁ ଆସିଛନ୍ତି। ଅମୃତସରର ଅଟାରୀ ସୀମା ଦେଇ ଭାରତରେ ପହଞ୍ଚିଛନ୍ତି। ଭାରତ ସରକାର ତାଙ୍କୁ ୪୫ ଦିନର ଭିସା ଦେଇଛନ୍ତି। ତେବେ ପୂର୍ବରୁ ଜାଭରିୟା ଖାନମଙ୍କୁ ଭିସା ମିଳିନଥିଲା। ଏଥିପାଇଁ ଉଭୟ ପରିବାରର ଚିନ୍ତାରେ ପଡ଼ି ଯାଇଥିଲେ।
ତେବେ ଦ୍ୱିତୀୟ ଥର ମଧ୍ୟ ଜାଭରିୟାଙ୍କ ଭିସା ବାତିଲ ହୋଇଯାଇଥିଲା। ଏହା ପରେ ପଞ୍ଜାବ କାଦିୟାନର ଜଣେ ସାମାଜିକ କର୍ମୀ ମକବୁଲ ଅହମ୍ମଦ କାଦିଆନଙ୍କ ଉଦ୍ୟମ ଯୋଗୁଁ ସେ ଭିସା ପାଇଥିଲେ। ବର୍ତ୍ତମାନ ତାଙ୍କୁ ମାତ୍ର ୪୫ ଦିନ ପାଇଁ ଭିସା ମିଳିଛି। ଜାଭରିୟା ଖାନମ୍ ଅମୃତସରରେ ପହଞ୍ଚିବା ମାତ୍ରେ ସେ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଇଛନ୍ତି। ଜାଭରିୟା ଏବଂ ସମୀର କିଛି ଦିନ ମଧ୍ୟରେ ବିବାହ କରିବେ। ଏହା ପରେ ସେ ଭାରତ ସରକାରଙ୍କ ଠାରୁ ଦୀର୍ଘକାଳୀନ ଭିସା ବୃଦ୍ଧି ପାଇଁ ଆବେଦନ କରିବେ।
ତେବେ ଜାଭରିୟା ଗଣମାଧ୍ୟମ ସାମ୍ନାରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ତାଙ୍କର ଏଠାକୁ ଆସିବା ରାସ୍ତା ତାଙ୍କ ପାଇଁ ବହୁ କଷ୍ଟକର ଥିଲା । ୨/୨ ଥର ଭିସା ଆବେଦନ ବାତିଲ୍ ହେବା ପରେ । ତାଙ୍କର ଭାରତ ଆସିବା ସ୍ୱପ୍ନ ସତ ହେବ ବୋଲି ସେ ଭାବି ନଥିଲେ । ତାଙ୍କୁ ପଞ୍ଜାବର ଜଣେ ସାମାଜିକ କର୍ମୀ ଏଥିପାଇଁ ସହାୟତା କରିଛନ୍ତି ।
Powered by Froala Editor