ଭିକାରୀ ପାଖରେ ଥିଲା ବିଡ଼ା ବିଡ଼ା ଟଙ୍କା, ଭୋକରେ ଚାଲିଗଲା ଜୀବନ
ପାଖରେ ଟଙ୍କା ନଥିଲେ ଖାଦ୍ୟ ମିଳେନି । ଏଭଳି ଅଭାବରୁ ଅନେକଙ୍କ ଜୀବନ ଚାଲିଯାଏ । ହେଲେ ଲକ୍ଷଲକ୍ଷ ଟଙ୍କା ଥାଇବି ଅନାହାରରେ ମୃତ୍ୟୁ ଘଟିଛି । ହଁ, ଜଣେ ଭିକାରୀର ଅନାହାରରେ ମୃତ୍ୟୁ ଘଟିଛି । ହେଲେ ତା ପକେଟରୁ ବିଡା ବିଡା ଟଙ୍କା ମିଳିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଗୁଜୁରାଟର ଭାଲସାଦରୁ ଜଣେ ଭିକାରୀଙ୍କ ଆଶ୍ଚର୍ଯ୍ୟଜନକ କାହାଣୀ ସାମ୍ନାକୁ ଆସିଛି। ଭିକାରୀ ବୋଲି କୁହାଯାଉଥିବା ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ରବିବାର ଦିନ ଭାଲସାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ପାଖରେ ୧.୧୪ ଲକ୍ଷ ନଗଦ ଟଙ୍କା ଥିଲା। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ କ୍ଷୁଧା ବା ଭୋକ ବୋଲି କୁହାଯାଇଛି।
ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଭାଲସାଦ ପୋଲିସ ମୁତାବକ, ରବିବାର ଜଣେ ଦୋକାନୀ ଜରୁରୀକାଳୀନ ସେବା ନମ୍ୱର ୧୦୮ରୁ କଲ୍ କରିଥିଲେ । ଜଣ ଭିକାରୀ ଗାନ୍ଧୀ ପୁସ୍ତକାଳୟ ପାର୍ଶ୍ୱ ରାସ୍ତରେ କିଛି ଦିନ ଧରି ଗୋଟିଏ ସ୍ଥାନରେ ପଡ଼ି ରହିଥିବା ଦୋକାନୀ କହିଥିଲେ । ଏହାପରେ ଜରୁରୀକାଳୀନ ଚିକିତ୍ସାରେ ଏକ ଟିମ୍ ପହଞ୍ଚି ବୟସ୍କ ବ୍ୟକ୍ତିଙ୍କ ପ୍ରାଥମିକ ଯାଞ୍ଚ ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟକ୍ତିଙ୍କ ନିକଟରୁ ୩୮ଟି ୫୦୦ ଟଙ୍କିଆ ନୋଟ୍, ୮୩ଟି ୨୦୦ ଟଙ୍କିଆ ନୋଟ୍, ୫୩୭ଟି ୧୦୦ ଟଙ୍କିଆ ନୋଟ ଓ ୨୦ଟଙ୍କିଆ ନୋଟ୍ ଏବଂ ୧୦ ଟଙ୍କିଆ ନୋଟ୍ ମିଳିଥିଲା ।
Powered by Froala Editor