ଆଦାନିଙ୍କ ସମ୍ପତ୍ତିରେ ୫୬୦ କୋଟି ଡଲାର ବୃଦ୍ଧି

ମୁମ୍ବାଇ: ସପ୍ତାହକ ଭିତରେ ଶିଳ୍ପପତି ଗୌତମ ଆଦାନିଙ୍କ ସମ୍ପତ୍ତିରେ ୫୬୦ କୋଟି ଡଲାର (ପ୍ରାୟ ୪୬,୬୦୦ କୋଟି ଟଙ୍କା)ର ବୃଦ୍ଧି ଘଟିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ଆଦାନିଙ୍କ ସମ୍ପତ୍ତି ବଢ଼ିଛି। ବ୍ଲୁମବର୍ଗ ବିଲିଓନେୟାର ସୂଚୀ ଅନୁସାରେ ଆଦାନିଙ୍କ ସମ୍ପତ୍ତି ପରିମାଣ ଏବେ ୬୫୮୦ କୋଟି ଡଲାର ରହିଛି ଏବଂ ସେ ବିଶ୍ବ ଧନୀ ତାଲିକାର ୨୦ତମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଜାନୁଆରି ୨୪ରେ ହିଣ୍ଡେନବର୍ଗ ପକ୍ଷରୁ ଆଦାନି ଗ୍ରୁପ୍ ବିରୋଧରେ ଷ୍ଟକ ମୂଲ୍ୟ ଜାଲିଆତି, ଆକାଉଣ୍ଟିଂ ହେରଫେର ଓ ଜାଲ କଂପାନି ଗଠନ ଭଳି ଅଭିଯୋଗ ଆସିବା ପରେ ଆଦାନିଙ୍କ ସମ୍ପତ୍ତିରେ ଦ୍ରୁତ ହ୍ରାସ ଘଟିଥିଲା। ସେହି ସମୟରେ ବିଶ୍ବର ତୃତୀୟ ବଡ଼ ଧନୀ ଥିବା ଆଦାନି ୫୫୦୦ କୋଟି ଡଲାର ହରାଇଥିଲେ।
Powered by Froala Editor