ବାତ୍ୟା: ୬୦ ଟ୍ରେନ୍ ବାତିଲ୍
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଓ ଏହା ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ବାତ୍ୟା ସମ୍ପର୍କରେ ପୂର୍ବ ପ୍ରସ୍ତୁତି ହୋଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ ୬୦ଟି ଟ୍ରେନ ବାତିଲ ହୋଇଛି।
ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରୁଥିବା କିଛି ଟ୍ରେନ ଏବଂ ଅନ୍ୟ ଜୋନରୁ ଆସୁଥିବା ଟ୍ରେନ୍ ମଧ୍ୟ ରହିଛି। ଏଥିସହ ବାତ୍ୟା ପ୍ରଭାବରେ ହେବାକୁ ଥିବା ବର୍ଷା ଯୋଗୁଁ କ୍ଷୟକ୍ଷତି ପାଇଁ ମଧ୍ୟ ପୂର୍ବତଟ ରେଳପଥ ପ୍ରସ୍ତୁତ ରହିଛି। ଅଧିକ ବର୍ଷା ଦ୍ବାରା ଅଚାନକ ବନ୍ୟା ଆସିଲେ ରେଳ ଧାରଣା, ସିଗ୍ନାଲିଂ ଯନ୍ତ୍ରପାତି ନଷ୍ଟ ହେଲେ କିଭଳି ଯଥାଶୀଘ୍ର ମରାମତି କରାଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ପୂର୍ବତଟ ରେଳପଥ ସିପିଆରଓ ଅଶୋକ କୁମାର ମିଶ୍ର କହିଛନ୍ତି।
Powered by Froala Editor