ମଣିପୁରରେ ପୁଣି ସଂଘର୍ଷ : ଦୁଇ ଗୋଷ୍ଠୀ କନ୍ଦଳରେ ୧୩ ମୃତ

ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ଦୁଇ ଗୋଷ୍ଠୀ ମଧ୍ୟରେ ସାନି ହିଂସା ଯୋଗୁ ରାଜ୍ୟର ତେଙ୍ଗନୌପଲ ଜିଲ୍ଲାରେ ଅତିକମ୍ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ସୁରକ୍ଷା ଅଧିକାରୀଙ୍କ କହିବାନୁଯାୟୀ, ତେଙ୍ଗନୌପଲ ଜିଲ୍ଲାର ସାଇବୋଲ୍ ନିକଟ ଲିଥୁ ଗ୍ରାମରେ ଉଗ୍ରବାଦୀଙ୍କ ଦୁଇଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇଛି। ଏହି ସୂଚନା ମିଳିବା ପରେ ୧୦ କିମି ଦୂରରେ ଥିବା ସୁରକ୍ଷା କର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା କର୍ମୀ ପହଞ୍ଚି ଲିଥୁ ଗ୍ରାମରେ ୧୩ ଜଣଙ୍କ ମୃତଦେହ ଠାବ କରିଛନ୍ତି। ତେବେ ସେମାନଙ୍କ ମରଶରୀର ନିକଟରେ କୌଣସି ଅସ୍ତ୍ର ପଡ଼ି ନଥିଲା।
ଅଧିକାରୀଙ୍କ କହିବାନୁଯାୟୀ, ମୃତକମାନେ ଲିଥୁ ଅଞ୍ଚଳର ନୁହନ୍ତି। ସେମାନେ ଅନ୍ୟ କୌଣସି ସ୍ଥାନରୁ ଆସିଥାଇ ପାରନ୍ତି। ସେମାନଙ୍କର ଅନ୍ୟ ଏକ ଗୋଷ୍ଠୀ ସହିତ ଗୁଳି ବିନିମୟ ହୋଇଛି। ତେବେ ମୃତକମାନଙ୍କ ପରିଚୟ ସଂପର୍କରେ ପୁଲିସ କିମ୍ବା ସୁରକ୍ଷା କର୍ମୀ କେହି ମୁହଁ ଖୋଲିନାହାନ୍ତି। ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା ବ୍ୟାନ୍ ହଟିବା ପରେ ଏହି ହିଂସା ଘଟଣା ସାମ୍ନାକୁ ଆସିଛି।
ଉଲ୍ଲେଖଯୋଗ୍ୟ, ମେ' ୩ ତାରିଖରୁ ମଣିପୁରରେ ଅଶାନ୍ତ ଲାଗି ରହିଛି। ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତିକମ୍ରେ ୧୮୨ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ୫୦ ହଜାରରୁ ଅଧିକ ଲୋକେ ବାସ ହରା ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ମଣିପୁରରେ ମେ' ୩ ତାରିଖକୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା।
Powered by Froala Editor