ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠାଇଲେ କେସିଆର୍

ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେ ଚନ୍ଦ୍ରଶେଖର ରାଓ ବା କେସିଆର। କେ ଚନ୍ଦ୍ରଶେଖର ରାଓ ରବିବାର ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନଙ୍କ ନିକଟକୁ ତାଙ୍କର ଇସ୍ତଫା ପଠାଇଛନ୍ତି। ବିଆରଏସ କାର୍ଯ୍ୟନିର୍ବାହୀ ସଭାପତି ରାମା ରାଓ ଏହି ସୂଚନା ଦେଇଛନ୍ତି।
୨୦୧୪ରୁ କେସିଆର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ କାମ କରି ଆସୁଥିଲେ। ଏଥର ସେ ହ୍ୟାଟ୍ରିକ ବିଜୟର ଲକ୍ଷ୍ୟ ରଖିଥିଲେ। କିନ୍ତୁ କଂଗ୍ରେସ ତାଙ୍କର ସବୁ ଆଶାରେ ପାଣି ପକାଇ ଦେଇଛି।
କଂଗ୍ରେସ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଯାଉଥିବାରୁ କେସିଆର ନିଜର ପରାଜୟ ସ୍ୱୀକାର କରିଛନ୍ତି। ଏଥିପାଇଁ ସେ ଜଣେ ଅଧିକାରୀଙ୍କ ଜରିଆରେ ନିଜର ଇସ୍ତଫାପତ୍ର ରାଜଭବନକୁ ପଠାଇ ଦେଇଛନ୍ତି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ ଭବନ ଜାରି କରିଥିବା ପ୍ରକାଶନରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଏହି ପଦରେ ରହିବାକୁ କେସିଆରଙ୍କୁ ଅନୁରୋଧ କରାଯାଇଛି।
Powered by Froala Editor