ତେଲେଙ୍ଗାନା ବିଜୟ ପରେ ରାହୁଲ କହିଲେ, ଲୋକଙ୍କ ନିକଟରେ ମୁଁ କୃତଜ୍ଞ

ଏକମାତ୍ର ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସ ଜିତିବାକୁ ସକ୍ଷମ ହୋଇଛି। ଦଳ ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାରେ ଥିଲେ ମଧ୍ୟ ଏଥର ବିଜେପି ଠାରୁ ହାରିଛି।ନିର୍ବାଚନ ଫଳାଫଳ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ରାହୁଲ ଗାନ୍ଧୀ ଏକ୍ସରେ ଲେଖିଛନ୍ତି, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ – ଆଦର୍ଶ ସଂଗ୍ରାମ ଜାରି ରହିବ। ମୁଁ ତେଲଙ୍ଗାନାର ଲୋକଙ୍କ ନିକଟରେ ବହୁତ କୃତଜ୍ଞ – ଆମେ ନିଶ୍ଚିତ ଭାବେ ପ୍ରଜାଳୁ ତେଲେଙ୍ଗାନା କରିବାର ପ୍ରତିଶ୍ରୁତି ପୂରଣ କରିବୁ। ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କର ପରିଶ୍ରମ ଏବଂ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ।
ସେହିପରି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଉପରେ ବିଶ୍ୱାସ ଓ ଭରସା ଦେଖାଇଥିବା ତେଲେଙ୍ଗାନାର ମତଦାତାଙ୍କୁ ଧନ୍ୟବାଦ ଦେଉଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେଉଁମାନେ ଆମକୁ ଭୋଟ ଦେଇଛନ୍ତି, ସେମାନଙ୍କୁ ବି ମୁଁ ଧନ୍ୟବାଦ ଜଣାଉଛି।
ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ କ୍ଷମତା ହରାଇଥିବାବେଳେ ମଧ୍ୟପ୍ରଦେଶରେ ଲୋକମାନେ ପୁଣି ଥରେ ଭାଜପାକୁ ସୁଯୋଗ ଦେଇଛନ୍ତି। ଏଥି ସହିତ ତେଲଙ୍ଗାନାରେ କଂଗ୍ରେସ ଏକ ବମ୍ପର ବିଜୟ ଆଡକୁ ଗତି କରୁଛି।
Powered by Froala Editor