ନିର୍ବାଚନ ପଇଦାନରେ ଫ୍ଲପ୍ ହେଲେ ଅଭିନେତ୍ରୀ
ମଧ୍ୟପ୍ରଦେଶର ଦାମୋହ ଆସନରେ ଆମ ଆଦମୀ ପାର୍ଟି ଚାହତ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲା। ଚାହତ ପାଣ୍ଡେ ଜଣେ ଟେଲିଭିଜନ ଅଭିନେତ୍ରୀ । ସେ ଚଳିତ ବର୍ଷ ଜୁନରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଆପ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ପ୍ରଚାର ଜୋରଦାର କରିଥିଲେ । ଆଶା ଥିଲା କି, ସେ କଡ଼ା ଟକ୍କର ଦେବେ । କିନ୍ତୁ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଜୟନ୍ତ ଏହି ଆସନରେ ଆଗୁଆ ରହିଥିବାବେଳେ ଚାହତ ବହୁ ପଛରେ ରହିଛନ୍ତି ।
ଏହି ଆସନ ଫଳାଫଳରେ ଭାରତୀୟ ଜନତା ପାର୍ଟିର ଜୟନ୍ତ ମଲୌୟା ପ୍ରଥମ ସ୍ଥାନରେ ରହିଛନ୍ତି, ଯିଏ ଏପର୍ଯ୍ୟନ୍ତ ୮୮୦୦୩ ଭୋଟ ପାଇଛନ୍ତି। କଂଗ୍ରେସର ଅଜୟ କୁମାର ଟଣ୍ଡନ ୪୬୩୬୨ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ୪୧୬୪୧ ଭୋଟରେ ଜୟନ୍ତଙ୍କ ପଛରେ ଅଛନ୍ତି। ଆମ ଆଦମୀ ପାର୍ଟି ଚାହତ ପାଣ୍ଡେଙ୍କୁ ଦାମୋହରୁ ଦଳର ପ୍ରାର୍ଥୀ କରି ଭାବିଥିଲେ ଯେ ସେ ସ୍ଥାନୀୟ ପ୍ରାର୍ଥୀ ତଥା ଟିଭି ସେଲିବ୍ରିଟି ହେବାର ଲାଭ ପାଇବେ। ତେବେ ଫଳାଫଳରେ ଚାହତ ପାଣ୍ଡେ ପ୍ରାର୍ଥୀ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ।
ନିର୍ବାଚନ ପୂର୍ବରୁ ଆପରେ ଯୋଗ ଦେଇଥିବା ଚାହତଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସେ ବିଜୟୀ ହେବେ ଏପରିକି ତାଙ୍କର ପ୍ରଚାର ଏବଂ ଭାଷଣ ମଧ୍ୟ ବହୁମାତ୍ରାରେ ଭାଇରାଲ ହୋଇଥିଲା । ୧୭ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିବା ଚାହତଙ୍କ ବହୁ ପ୍ରଂଶସକମାନେ ରହିଛନ୍ତି । ଏଣୁ ଆଶା କରାଯାଉଥିଲା କି, ସେ କଡା ଟକ୍କର ଦେବେ । କିନ୍ତୁ ରେଜଲ୍ଟ ସମୟରେ ଏଭଳି କିଛି ପ୍ରତିଫଳିତ ହୋଇନାହିଁ ।
Powered by Froala Editor