ତିନି ରାଜ୍ୟରେ ମୋଦି ସୁନାମୀ, ମହାବିଜୟକୁ ସ୍ମରଣୀୟ କରିବାକୁ ସଂଧ୍ୟାରେ ହେବ ଗ୍ରାଣ୍ଡ ସେଲିବ୍ରେସନ

ନୂଆଦିଲ୍ଲୀ: ତିନି ରାଜ୍ୟରେ ପ୍ରଚଣ୍ଡ ବିଜୟ ଅଭିମୁଖେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି ବିଜେପି ।ତିନି ରାଜ୍ୟରେ ଆସିଛି ମୋଦି ସୁନାମୀ । ଏହି ମହାବିଜୟକୁ ଆହୁରି ସ୍ମରଣୀ କରିବାକୁ ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ହେବ ଗ୍ରାଣ୍ଡ ସେଲିବ୍ରେସନ । ଯେଉଁଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବିଜେପି ପ୍ରଚଣ୍ଡ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ତିନି ରାଜ୍ୟ ପରେ ଦଳୀୟ ମୁଖ୍ୟାଳୟରେ ଉତ୍ସବ ମନାଇବ ବିଜେପି । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ମହାମନ୍ତ୍ରୀ ସଂଗଠନ ବିଏଲ ସନ୍ତୋଷଙ୍କ ସମେତ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ ଓ ବରିଷ୍ଠ ନେତା ।
ଆଜି ସନ୍ଧ୍ୟା ୬.୩୦ ରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କାର୍ୟ୍ୟାଳୟ ଯାଇ ଦଳୀୟ ନେତା, କର୍ମୀ ବିଜୟୀ ପ୍ରାର୍ଥୀ ଓ ଭୋଟରଙ୍କୁ ସମ୍ବୋଧନ କରିବେ । ଏହାସହ ଭୋଟରଙ୍କୁ ଧନ୍ୟବାଦ ଦେବା ସହ ଭବିଷ୍ୟତ କାର୍ୟ୍ୟପନ୍ଥା ନେଇ ଘୋଷଣା କରିପାରନ୍ତି ।
ଅନ୍ୟପଟେ ଚାରି ରାଜ୍ୟର ଭୋଟ ଗଣତି ଜାରି ରହିଛି । ମଧ୍ୟାହ୍ନ ୧୨ ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ରାଜସ୍ଥାନରେ ବିଜେପି ୧୧୯ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ ୬୬ ଟି ଆସନରେ ଆଗୁ ଅଛି । ସେହିପରି ଛତିଶଗଡରେ ବିଜେପି ୫୦ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮ ଟି ଆସନରେ ଆଗୁଆ ଅଛି । ଏହା ବ୍ୟତୀତ ମଧ୍ୟ ପ୍ରଦେଶରେ ବିଜେପି ୧୫୯ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୬୮ ଆସନରେ ଆଗୁଆ ଅଛି । ଏବାବାଦ ତେଲଙ୍ଗାନାରେ କଂଗ୍ରେସ ୬୪ ଟି ଆସନରେ ଆଗୁଆ ଥିବାବେଳେ ବିଆରଏସ ୪୧ ଟି ଆସନରେ ଆଗୁଆ ଅଛି ।
Powered by Froala Editor