ଦିଲ୍ଲୀରେ ବଢୁଛି ପ୍ରଦୂଷଣ, ସବୁଠି ଘନ କୁହୁଡି

ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ। ଶନିବାର ସକାଳେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ଘନ କୁହୁଡ଼ି ଲାଗି ରହିଛି। ଏବଂ ଦୃଶ୍ୟମାନତା (ଭିଜିବିଲିଟି) କମ୍ ଥିବାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଅନେକ ବିମାନ ବିଳମ୍ବିତ ହୋଇଛି ଏବଂ ୧୮ରୁ ଅଧିକ ବିମାନକୁ ଲକ୍ଷ୍ନୌ, ଅହମ୍ମଦାବାଦ ଏବଂ ଅମୃତସର ଭଳି ଅନ୍ୟ ସହରକୁ ଡାଇଭର୍ଟ (ଗତିପଥ ପରିବର୍ତ୍ତନ) କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସକାଳ ସାଢ଼େ ୭ଟାରୁ ସାଢ଼େ ୧୦ଟା ମଧ୍ୟରେ ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ ଓ ଅମୃତସରକୁ ୧୮ଟି ବିମାନକୁ ଡାଇଭର୍ଟ କରା ଯାଇଥିଲା। ଗୋଟେ ବିମାନ ଅହମ୍ମଦବାଦ ଏବଂ ଅନ୍ୟ ଦୁଇଟି ବିମାନକୁ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି। ମୁମ୍ବାଇରୁ ଦିଲ୍ଲୀ ଯିବାକୁ ଥିବା ବିମାନ ୟୁକେ ୯୫୪ ଏବଂ ବିମାନ ୟୁକେ ୯୨୮ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି।
ସେହିପରି ଅହମ୍ମଦାବାଦରୁ ଦିଲ୍ଲୀକୁ ଯାଉଥିବା ବିମାନ ୟୁକେ ୯୦୬ ଦିଲ୍ଲୀରେ କମ୍ ଦୃଶ୍ୟତା କାରଣରୁ ଗତିପଥ ବଦଳାଇ ଦିଆଯାଇଛି। ଦିଲ୍ଲୀ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୩୮୮ ଅଶୋକ ବିହାରରେ ୩୮୬ ରହିଛି।
Powered by Froala Editor