ହମାସ ନେତାଙ୍କୁ ଖୋଜି ଖୋଜି ମାର : ନେତାନ୍ୟାହୁ

ଇସ୍ରାଏଲ-ହମାସ ଯୁଦ୍ଧର ଦୁଇ ମାସ ପାଖେଇ ଆସୁଥିବା ବେଳେ ଦେଶର ଗୁଇନ୍ଦା ସଂସ୍ଥାଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ତାଙ୍କ ପୂର୍ବବର୍ତ୍ତୀ ଗୋଲ୍ଡା ମେୟରଙ୍କ ପଦାଙ୍କ ଅନୁସରଣ କରି ‘ଅପରେସନ ରାଥ୍ ଅଫ୍ ଗଡ୍’ ( ଅପରେସନ ଇଶ୍ବରଙ୍କ କ୍ରୋଧ) ଭଳି ମିଶନକୁ ଅନୁମତି ଦେବାକୁ ଚାହୁଁଛନ୍ତି। ଏହି ମିଶନ ଅଧୀନରେ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ହମାସର ନେତାମାନଙ୍କୁ ଖୋଜି ଖୋଜି ନିପାତ କରାଯିବ । ତେବେ ଗାଜାରେ ଚାଲିଥିବା ଅଭିଯାନ ଶେଷ ହେବା ପରେ ହିଁ ଏହାକୁ ଆରମ୍ଭ କରାଯିବ ।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଗୁପ୍ତଚର ସେବା ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବଡ଼ ଯୋଜନା କରିଛି। ନିର୍ଦେଶ ପାଇବା ପରେ ଏଜେନ୍ସି ଗୁଡ଼ିକ ତୁର୍କୀ, ଲେବନାନ ଏବଂ କତାରରେ ହମାସ ନେତାଙ୍କୁ ଖୋଜୁଛନ୍ତି। ଏହି ଅପରେସନକୁ ଯଥା ସମ୍ଭବ ସିକ୍ରେଟ ରଖିବାକୁ ଏଜେନ୍ସି ମାନଙ୍କୁ କୁହାଯାଇଛି।
ତେବେ ବିଶ୍ୱରେ ଥିବା ହମାସ ବେସ୍ ଗୁଡ଼ିକୁ ଧ୍ବଂସ କରିବା ପରେ ବି ଇସ୍ରାଏଲ ପ୍ରତି ବିପଦ ଶେଷ ହେବ ନାହିଁ। ଏହା ଅଞ୍ଚଳରେ ଆହୁରି ଅସ୍ଥିରତା ସୃଷ୍ଟି କରିପାରେ ।
Powered by Froala Editor