ଦଳୀୟ କାର୍ୟ୍ୟାଳୟରେ ମିଠା ଖୁଆଇ ସେଲିବ୍ରେସନ କଲେ କର୍ମକର୍ତ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ୨୩୦ ଆସନରେ ଭୋଟ ଗଣତି ଜାରି ରହିଛି । ଏକଜିଟ ପୋଲରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ ବୋଲି ଆକଳନ କରିଥିବା । ରିପୋର୍ଟ ଲେଖାହେବା ସୁଦ୍ଧା ମଧ୍ୟପ୍ରଦେଶରେ ବିଜେପି ୧୫୪ ଆସନରେ ଆଗୁଆ ରହିଛି । କଂଗ୍ରେସ ୭୨ଟି ଆସନରେ ଆଗୁଆ ରହିଛି । ବିଜେପି ଆଗୁଆ ଥିବାରୁ ସେଲିବ୍ରେସନ ଆରମ୍ଭ କରିଛନ୍ତି କର୍ମକର୍ତ୍ତା । ଦଳୀୟ କାର୍ୟ୍ୟାଳୟରେ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ।
ପ୍ରକାଶ ଥାଉ କି ମଧ୍ୟ ପ୍ରଦେଶରେ ୨୩୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ରାଜ୍ୟରେ ୫୨ଟି ଜିଲ୍ଲା କାର୍ୟ୍ୟାଳୟରେ ଭୋଟ ଗଣତି ଜାରି ରହିଛି । ବିଜେପି ଓ କଂଗ୍ରେସ ସମେତ ମୋଟ ୨୫୩୩ ପ୍ରାର୍ଥୀଙ୍କର ପରୀକ୍ଷା ଫଳ ବାହାରିବ । ୫ କୋଟି ୬୦ ଲକ୍ଷ ଭୋଟଙ୍କ ହାତରେ ଏମାନଙ୍କ ଭାଗ୍ୟ ସିଲ ହୋଇଥିଲା । ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ବୁଥ ବାହୁଡା ଆକଳନ କରିଥିଲା ।
Powered by Froala Editor