ତେଲେଙ୍ଗାନା: ମୁଖ୍ୟମନ୍ତ୍ରୀ କେସିଆର ପଛରେ, ଆଗରେ ପିସିସି ସଭାପତି ରେଭାନ୍ତ

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭାର ୧୧୯ ଆସନରେ ଚାଲିଛି ଭୋଟ୍ ଗଣତି । ପ୍ରଥମେ ବାଲାଟ ପେପର ଗଣତି ପରେ ଆରମ୍ଭ ହୋଇଛି ଇଭିଏମ ଗଣତି । ବାଲାଟ ପେପର ଗଣତିରେ ଆଗରେ ରହିଥିଲା କଂଗ୍ରେସ ପାର୍ଟି । କଂଗ୍ରେସ ପ୍ରାର୍ଥୀମାନେ ଅଧିକ ଆସନରେ ଆଗୁଆ ରହିଥିଲେ । ପରେ ଆରମ୍ଭ ହୋଇଥିଲା ଇଭିଏମ ଭୋଟ୍ ଗଣତି । ଇଭିଏମ ଗଣତିର ପ୍ରାଥମିକ ପର୍ୟ୍ୟାୟରେ ଆଗୁଆ ରହିଛି କଂଗ୍ରେସ । ଶାସକ ଦଳ ବିଆରଏସ୍ ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ, କଂଗ୍ରେସ ପ୍ରାର୍ଥୀମାନେ ଅଧିକ ଆସନରେ ଆଗୁଆ ଥିବା ଦେଖିବାକୁ ମିଳୁଛି ।
ତେଲେଙ୍ଗାନାରେ ପ୍ରାଥମିକ ଗଣତି ଅନୁସାରେ, କଂଗ୍ରେସ ପାର୍ଟି ଆଗୁଆ ଚାଲିଥିବା ବେଳେ, ବିଆରଏସ୍ ପଛରେ ପଡ଼ିଯାଇଛି । କଂଗ୍ରେସ ୭୦ ସିଟରେ ଆଗୁଆ ଥିବା ବେଳେ, ବିଆରଏସ୍ ୩୬ଟି ସିଟରେ ଆଗୁଆ ରହିଛି । ସେହିପରି ବିଜେପି ପ୍ରାର୍ଥୀମାନେ୭ଟି ଆସନରେ ଆଗୁଆ ଚାଲିଥିବା ବେଳେ, ଏମ୍ଆଇଏମ୍ ୧ ସିଟରେ ଆଗୁଆ ରହିଛି।
ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ରେଭାନ୍ତ ରେଡ୍ଡି କାମାରେଡ୍ଡି ବିଧାନସଭା ଆସନରେ ଆଗୁଆ ଅଛନ୍ତି । ଦ୍ବିତୀୟ ରାଉଣ୍ଡ ସୁଦ୍ଧା ରେଭାନ୍ତ, ନିକଟତମ ପ୍ରତିଦ୍ବନ୍ଦୀ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓଙ୍କ ଠାରୁ ଆଗରେ ଅଛନ୍ତି । ରେଭାନ୍ତ ରେଡ୍ଡି ନିଜର ପାରମ୍ପରିକ ଆସନ କୋଡଙ୍ଗଲରେ ମଧ୍ୟ ଆଗରେ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡିରେ ପଛରେ ଚାଲିଥିବା ବେଳେ, ନିଜ ହୋମଟର୍ଫ ଗଜୱେଲ୍ ଆସନରେ ମଧ୍ୟ କଡ଼ା ଟକ୍କରର ସମ୍ମୁଖୀନ ହୋଇଛନ୍ତି ।
Powered by Froala Editor