ଦାନ୍ତେୱାଡାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ଏଥିରେ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ସାତଧାର ବ୍ରିଜ ନିକଟରେ ଏହି ବିସ୍ଫୋରଣ ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦାନ୍ତେୱାଡା ପୋଲିସର ସୂଚନା ଅନୁସାରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଏହି ବିସ୍ଫୋରଣ ପରେ ପୂରା ଅଂଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ପିଏଲ୍ଜିଏ ସପ୍ତାହ ଚାଲିଥିବା ବେଳେ ସାତଧାର ଅଂଚଳକୁ ପୋଷ୍ଟର ହଟାଇବା ପାଇଁ ଯବାନମାନେ ଯାଇଥିଲେ । ଏହି ସମୟରେ ନକ୍ସଲମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା ।
Powered by Froala Editor