ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍

ଆମିଷ ହେଉକି ନିରାମିଷ । ଆପଣ ଯେଉଁ ଜିନିଷ କଳ୍ପନା କରନଥିବେ ଯଦି ସେଭଳି କିଛି ଖାଦ୍ୟରୁ ବାହାରେ ତେବେ ଛାନିଆ ହୋଇଯିବେ ନିଶ୍ଚୟ । ସେଭଳି ଜଣେ ମହିଳାଙ୍କ ସହ ଘଟିଛି । ରିପୋର୍ଟ ଅନୁସାରେ, ଗ୍ରୀନୱିଚରେ ରହୁଥିବା ଏଲିସନ୍ କୋଜି ନାମକ ଜଣେ ମହିଳା ନ୍ୟୁୟର୍କର ଲୋକପ୍ରିୟ ରେଷ୍ଟୁରାଣ୍ଟ 'ଚାପ୍ଟ'ରେ ଖାଉଥିବା ବେଳେ ଏକ ସାଲାଡ ଅର୍ଡର କରିଥିଲେ । କିନ୍ତୁ ସାଲାଡ ଭିତରେ ମଣିଷର କଟା ଆଙ୍ଗୁଠି ପରସି ଦେଇଥିଲେ କର୍ମଚାରୀ ।
ତେବେ ସେ ଏହାକୁ ଚୋବାଇବା ବେଳେ ତାଙ୍କୁ ଅଜବ ଲାଗିବାରୁ ସେ ଏହାକୁ ଦେଖିଥିଲେ । ମଣିଷର କଟା ଆଙ୍ଗୁଠି ଦେଖି ତାଙ୍କୁ ପାନିକ୍ ଆଟାକ ଆସିଥିଲା। ଏହି ସାଲାଡ ଖାଇବା ପରେ ତାଙ୍କ କାନ୍ଧ ଏବଂ ବେକରେ ଯନତ୍ରଣା ଅନୁଭବ କରୁଥିବା ମଧ୍ୟ କହିଛନ୍ତି କୋଜି । ତେବେ ତାଙ୍କର ଅଭିଯୋଗ ପରେ ସମ୍ପୃକ୍ତ ରେଷ୍ଟୁରାଣ୍ଟ ଉପରେ ୯୦୦ ଡଲାରର ଜରିମାନା ଲାଗୁ କରାଯାଇଛି ।
Powered by Froala Editor