ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର
![ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର](https://odishanewslens.com/news_gallery/26279_1701372205.jpeg)
ହୋଇସାରିଲେଣି ରଶ୍ମିକା, କାଜୋଲ, ଆଲିଆ ଓ ସାରାଙ୍କ ଭଳି ଚର୍ଚ୍ଚିତ ଚେହେରା । ଏବେ 'ଡ଼ିପ୍ ଫେକ'ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ତେବେ ଡିପ ଫେକକୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ କିିଛି ସୂଚନା ଦେଇ ନ ଥିବା ବେଳେ ଏହି ଫୋଟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଦୂତି ଏକ ଫଟୋ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରିଥିଲେ। ଯାହାର ସମାନ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୂତି ଚାନ୍ଦଙ୍କ ସ୍ଥାନରେ ତାମିଲର ଜଣେ ହିରୋଇନ କାଶ୍ମିରା ପରେଦେଶୀଙ୍କ ଫଟୋ ଭାଇରାଲ ହେଉଛି।
ନିକଟରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିନିଧି ମାନଙ୍କ ସହ ଏକ ବୈଠକ କରିଥିଲେ। କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇ କହିଥିଲେ ଯେ, ଡିପ୍ଫେକ୍ କଣ୍ଟେଣ୍ଟ୍' ଉପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଏହି ଅଫିସର୍ ନିଯୁକ୍ତ ହେବେ। 'ଏମ୍ଇଆଇଟିୱାଇ' ଓ ଭାରତ ସରକାର ଜଣେ 'ରୁଲ୍ ସେଭେନ୍ ଅଫିସର୍' ମନୋନୀତ କରି ନିଯୁକ୍ତି ଦେବେ। ସେ ଅଫିସର୍ ଏକ ପ୍ଲାଟ୍ଫର୍ମ ପ୍ରସ୍ତୁତି କରିବେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ସବୁ ଉଲ୍ଲଂଘନ କରୁଥିବା ଆଇନ ବିଷୟରେ ନାଗରିକମାନେ ସହଜରେ ଅଭିଯୋଗ କରିପାରିବେ। ସେହି ସୂଚନା ଆଧାରରେ 'ରୁଲ୍ ସେଭେନ୍ ଅଫିସର୍' କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଡିପ ଫେକଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା କଷ୍ଟକର ବ୍ୟାପାର ।
Powered by Froala Editor