ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ
ନୂଆଦିଲ୍ଲୀ: ଆଧାର କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଯଦି ଆଧାର କାର୍ଡ ୧୦ ବର୍ଷ ପୂର୍ବେ ତିଆରି ହୋଇଛି କିମ୍ବା ୧୦ ବର୍ଷ ପୂର୍ବେ ଅପଡେଟ ହୋଇଛି, ତେବେ ଏବେ ଆଧାର କାର୍ଡ ଅପଡେଟ କରିବାକୁ ପଡିବ। ସରକାର କହିଛନ୍ତି ଯେଉଁମାନଙ୍କର ଆଧାର ୧୦ ବର୍ଷ ହୋଇଛି ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଆଧାର ଅପଡେଟ କରିବାକୁ ପଡିବ। ଏହାର ଶେଷ ତାରିଖ ୧୪ ଡିସେମ୍ବର ଭାବରେ ସ୍ଥିର କରାଯାଇଛି। ୧୪ ଡିସେମ୍ବର ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ ଅପଡେଟ କରିହେବ। ଏହା ପରେ ପରେ ଅପଡେଟ ପାଇଁ ଦେୟ ଦେବାକୁ ପଡିବ । ଘରେ ମାଗଣାରେ ବସି କିପରି ଆଧାର କାର୍ଡକୁ ଅପଡେଟ କରିହେବ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଛି।
Powered by Froala Editor