ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ରେଞ୍ଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଜଗବନ୍ଧୁଙ୍କ ଆସିକାରେ ଥିବା ନିଜ ବାସଭବନ ସମେତ ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେସ, ଭଞ୍ଜନଗରରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ଘର ଏବଂ ଅଫିସରେ ଏକ କାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି।ଜଣେ ଡିଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି। ଜଗବନ୍ଧୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତେଙ୍କ ଘରେ ଚଢ଼ାଉ କରିଛି। ଜଗବନ୍ଧୁ ୮ବର୍ଷ ହେଲା ଚାକିରିରୁ ଅବସର ନେଇଥିଲେ।
Powered by Froala Editor