ଫ୍ଲାଇଟ୍ରେ ସ୍ୱାମୀ-ସ୍ତ୍ରୀଙ୍କ ଫାଇଟ୍, ଜରୁରି ଅବତରଣ କରି ଓହ୍ଲାଇଦେଲେ ପାଇଲଟ୍
![ଫ୍ଲାଇଟ୍ରେ ସ୍ୱାମୀ-ସ୍ତ୍ରୀଙ୍କ ଫାଇଟ୍, ଜରୁରି ଅବତରଣ କରି ଓହ୍ଲାଇଦେଲେ ପାଇଲଟ୍](https://odishanewslens.com/news_gallery/26257_1701285271.jpg)
ମ୍ୟୁନିଚ ଠାରୁ ବ୍ୟାଂକକ୍ ଉଡାଣ ଭରିଥିବା ଲୁଫତାନ୍ସା ବିମାନର ଜରୁରୀ ଅବତରଣ କରିଛି । ନୂଆଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛି ଲୁଫଥାନ୍ସା ବିମାନ । ଜରୁରୀ ଅବତରଣ ପରେ ଦୁଇ ଜଣ ଯାତ୍ରୀଙ୍କୁ ଜୋର ଜବରଦସ୍ତଚ ଓହ୍ଲାଇ ଦିଆଯାଇଛି । ଏହାର କାରଣ ଝଗଡା ।
ଖବର ଅନୁଯାୟୀ, ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଲୁଫତାନ୍ସା ବିମାନ ଏଲଏଚ-୭୭୨ ସୁରକ୍ଷା ଅଧିକାରୀ କହିଛନ୍ତି ପ୍ରଥମେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ସେମାନେ ହାତାହାତି ହୋଇଥିଲେ। ପ୍ରଥମେ ପତ୍ନୀ ଜଣକ ପତିଙ୍କ ନାଁରେ ଅଭିଯୋଗ କରିଥିଲେ । ତାଙ୍କ ସ୍ବାମୀ ଧମକାଉଥିବା ସେ ଅଭିଯୋଗ କରିଥିଲେ । ଏହାପରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା । ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ବାଧ୍ୟ ହୋଇ ଦୁଇ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ । କିଛି ଗଣମାଧ୍ୟମରେ ଏହା ମଧ୍ୟ କୁହାଯାଇଛି ମହିଳାଙ୍କ ସ୍ବାମୀ ମଦ୍ୟପାନ କରିଥିଲେ।
ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଲୁଫତାନ୍ସା ବିମାନ ଜରୁରୀ ଅବତରଣ କରିଛି । ଏହା ପୂର୍ବରୁ ପାଇଲଟ ଏଟିସି ସହ ସମ୍ପର୍କ କରି ବିମାନ ଭିତରେ ଉତ୍ପାତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ।
Powered by Froala Editor