ଆଉ ୫ ବର୍ଷ ବଢ଼ିଲା ଅବଧି, ୨୦୨୯ ଯାଏ ମିଳିବ ମାଗଣା ଚାଉଳ
![ଆଉ ୫ ବର୍ଷ ବଢ଼ିଲା ଅବଧି, ୨୦୨୯ ଯାଏ ମିଳିବ ମାଗଣା ଚାଉଳ](https://odishanewslens.com/news_gallery/26256_1701285221.jpg)
ଗରିବ କଲ୍ୟାଣ ଓ ଅନ୍ନ ଯୋଜନାକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଅର୍ଥାତ ୨୦୨୯ ଯାଏଁ ମଗଣା ଚାଉଳ କେନ୍ଦ୍ର ଯୋଗାଇବେ। କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ଏହି ଯୋଜନା ନୂଆବର୍ଷରୁ ଲାଗୁ ହେବ । ଏହାଦ୍ୱାରା ପ୍ରାୟ ୮୧ କୋଟି ହିତାଧିକାରୀ ଲାଭ ପାଇବେ। ଏଥିପାଇଁ ପ୍ରାୟ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।
କୋଭିଡ ୧୯ ମହାମାରୀ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୩.୫୦ କୋଟି ଭାରତୀୟ ଦାରିଦ୍ର ସ୍ତରରୁ ଉପରକୁ ଉଠିଛନ୍ତି।
ଏହା ଛଡା ଡ୍ରୋନ ସଖୀ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ମହିଳାଙ୍କୁ ଡ୍ରୋନ ଉଡାଇବା ପାଇଁ ଟ୍ରେନିଂ ଦିଆଯିବ । ଡ୍ରୋନ ମାଧ୍ୟମରେ ଚାଷଜମିରେ ସାର ସିଞ୍ଚନ କରାଯିବ । ଡ୍ରୋନ ଉଡାଇବା ପାଇଁ ମହିଳାଙ୍କୁ ପ୍ରତି ମାସରେ ୧୫ ହଜାର ଟଙ୍କା ଓ ତାଙ୍କ ସହଯୋଗୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ୨୦୨୬ ପର୍ଯ୍ୟନ୍ତ ଏହି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
Powered by Froala Editor