ଓଡ଼ିଶା ଜଙ୍ଗଲରେ ବିରଳ କଳା ବାଘ
ଓଡ଼ିଶା ପାଇଁ ଖୁସିଖବର । ବନ୍ୟପ୍ରାଣୀ ପିଲୁପ୍ତ ହୋଇଯାଉଥିବାବେଳେ କଳା ରଙ୍ଗର କଲରା ପତରିଆ ବାଘ ଟ୍ରାପ କ୍ୟାମେରାରେ ଧରାପଡ଼ିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ କଳା ବାଘ ଦେଖାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ଚାଲିଥିବା ବାଘଗଣନା ବେଳେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା। କଲରା ପତରିଆ କଳା ବାଘ ମିଳିଥିବାନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୁଶାନ୍ତ ନନ୍ଦ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
ବ୍ୟାଘ୍ର ଗଣନା ପାଇଁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଖଞ୍ଜା ଯାଇଛି। ଯେଉଁଥିରେ ଏହି ଦୃଶ୍ୟ ରେକର୍ଡ ହୋଇଛି। ତେବେ ଓଡ଼ିଶାରେ କଲରା ପତରିଆ ବାଘର ଉପସ୍ଥିତି ଏକ ଅପ୍ରତ୍ୟାଶିତ ଘଟଣା ବୋଲି ବନ ବିଶେଷଜ୍ଞମାନେ କହୁଛନ୍ତି।
କିଛି ମାସ ହେଲା ନୂଆପଡା ଓ କେନ୍ଦୁଝର ଜଙ୍ଗଲରେ ମହାବଳ ବାଘ ରହିଛି ବୋଲି ଜଣାପଡିଛି । ଖାଲି ମହାବଳ ନୁହେଁ କଲରାପତରିଆ ବାଘ ସହ ଅନେକ ବିଲୁପ୍ତପ୍ରାପୟ ଜୀବଜନ୍ତୁ ଟ୍ରାପ ହୋଇଛନ୍ତି । ଏବେ କଳା ବାଘ ଦେଖାଯିବା ପରେ ଉତ୍ସାହ ଦେଖାଦେଇଛି ।
Powered by Froala Editor