୭୦ ଲକ୍ଷ ମୋବାଇଲ ଫୋନ ନମ୍ବର ବନ୍ଦ
![୭୦ ଲକ୍ଷ ମୋବାଇଲ ଫୋନ ନମ୍ବର ବନ୍ଦ](https://odishanewslens.com/news_gallery/26250_1701254329.jpg)
ନୂଆଦିଲ୍ଲୀ: ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ ବନ୍ଦ କରିଦେଇଛନ୍ତି। ଏସବୁ ମୋବାଇଲ ନମ୍ବର ସଂଯୋଗ ଥିବା ଆକାଉଣ୍ଟରେ ସନ୍ଦିଗ୍ଧ ଆର୍ଥିକ କାରବାର ହୋଇଛି। ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ବିବେକ ଜୋଶୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଆର୍ଥିକ ସାଇବର ସିକ୍ୟୁରିଟି ଏବଂ ବଢ଼ୁଥିବା ଡିଜିଟାଲ ପେମେଣ୍ଟ ଜାଲିଆତି ସଂପର୍କରେ ଆୟୋଜିତ ଏକ ବୈଠକରୁ ବାହାରିବା ସମୟରେ ଶ୍ରୀ ଜୋଶୀ ଏହା କହିଛନ୍ତି।
ଠକେଇକୁ ରୋକିବା ପାଇଁ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ବୈଠକରେ କୁହାଯାଇଛି। ଆଗାମୀ ଦିନରେ ଏ ନେଇ ଅଧିକ ବୈଠକ ହେବ। ପରବର୍ତ୍ତୀ ବୈଠକ ଜାନୁଆରିରେ ହେବାକୁ ସ୍ଥିର କରାଯାଇଛି। ଆଧାର ନମ୍ବର ସଂଯୋଗ ଥିବା ପେମେଣ୍ଟ ବ୍ୟବସ୍ଥାରେ ହେଉଥିବା ଜାଲିଆତିକୁ ରୋକିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସାଇବର ଜାଲିଆତି ରୋକିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ଆର୍ଥିକ ସେବା ବିଭାଗ ସଚିବ ସୂଚନା ଦେଇଛନ୍ତି।
Powered by Froala Editor