ଆମେରିକା ସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଟୋକିଓ: ୮ଜଣ ଆରୋହୀ ଥିବା ଆମେରିକା ସେନା ବାହିନୀର ଗୋଟାଏ ‘ଅସ୍ପ୍ରି’ ବିମାନ ଆଜି ଜାପାନର ୟାକୁଶିମା ଦ୍ବୀପ ନିକଟ ସମୁଦ୍ରରେ ଖସିପଡ଼ିଥିବା କଥା ଜାପାନର ତଟରକ୍ଷୀ କହିଛି। ଜାପାନ ତଟରକ୍ଷୀ ତରଫରୁ ଜଣେ ମୁଖପାତ୍ର କହିଛନ୍ତି ଯେ, ବିମାନରେ ଥିବା ଉକ୍ତ ବ୍ୟକ୍ତିମାନଙ୍କ ଅବସ୍ଥା ଏବଂ ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ମିଳିନାହିଁ। କାଜୁଓ ଓଗାୱା ନାମରେ ସେ ତଟରକ୍ଷୀ ମୁଖପାତ୍ର କହିଛନ୍ତି, ‘ଅସ୍ପ୍ରି’ ବୋଲି କୁହାଯାଉଥିବା ଏହି ‘ଟିଲ୍ଟ୍ରଟର୍’ ବିମାନ ଉଭୟ ହେଲିକପ୍ଟର୍ ଓ ‘ଟର୍ବୋପ୍ରପ୍’ ବିମାନ ଭାବେ କାର୍ଯ୍ୟ କରେ। ଦୁର୍ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ ମାଛମରା ବୋଟ୍ରୁ ପ୍ରାପ୍ତ ଜରୁରୀକାଳୀନ ସୂଚନାରୁ ଏହି ବିମାନ ଦୁର୍ଘଟଣା ବିଷୟରେ ଜଣାପଡ଼ିଛି।
ସ୍ଥାନୀୟ ସମୟ ଅପରାହ୍ଣ ୨.୪୭ରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମୁଦ୍ରରେ ପଡ଼ିବା ବେଳେ ବିମାନର ଡାହାଣ ପାର୍ଶ୍ବ ଇଞ୍ଜିନ୍ରୁ ନିଆଁ ବାହାରୁଥିବା କଥା ସ୍ଥାନୀୟ ଲୋକେ ଦେଖିଥିବା କହିଛ୍ତନ୍ତି।ଦୁର୍ଘଟଣାଗ୍ରସ୍ତ ‘ଅସ୍ପ୍ରି’ ବିମାନଟି ଯୁକ୍ତରାଷ୍ଟ୍ର ଆମେରିକାର କେଉଁ ଘାଟିର ତାହା ଜଣାପଡ଼ି ନ ଥିଲେ ବି ତାହା ଇୱାକୁନିରୁ ଓକିନାୱା ଅଭିମୁଖେ ଯାଉଥିଲା।
Powered by Froala Editor