ଅତ୍ୟାଧୁନିକ ଯନ୍ତ୍ରପାତି ଫେଲ୍, କାମ ଦେଲା ରାଟ୍ ମାଇନିଂ ହୋଲ୍ : ଟନେଲରୁ ବାହାରିଲେ ୪୧ ଶ୍ରମିକ

ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୧୭ଦିନ ଧରି ଟନେଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶ୍ରମିକଙ୍କ ପରିବାର ଏବଂ ସେମାନଙ୍କୁ ବଞ୍ଚାଇବାରେ ନିୟୋଜିତ ଲୋକମାନଙ୍କର କଠିନ ପରିଶ୍ରମର ଫଳ ମିଳିଛି। ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି।
ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ବଡ଼ ଓ ଅତ୍ୟାଧୁନିକ ମେସିନର ସହାୟତା ନିଆଯାଇଥିଲା। କିନ୍ତୁ ଶେଷରେ ରାଟ ହୋଲ୍ ମାଇନିଂ ଦ୍ୱାରା ଶ୍ରମିକମାନଙ୍କ ପାଖରେ ଉଦ୍ଧାରକାରୀ ଦଳର ପାଇପ ପହଞ୍ଚିଥିଲା।
ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ଶ୍ରମିକମାନଙ୍କୁ ସ୍ଥାନାନ୍ତର କରାଯାଉଛି ଏବଂ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ମାଧ୍ୟମରେ ଚିନାଲିସାଉରର କମ୍ୟୁନିଟି ହେଲଥସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।
ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।
Powered by Froala Editor