ହ୍ୟାଣ୍ଡ ପମ୍ପରୁ ବାହାରୁଛିି ଲିଟର ଲିଟର କ୍ଷୀର!

ହ୍ୟାଣ୍ଡ ପମ୍ପରୁ ଡିଜେଲ, ପେଟ୍ରୋଲ ବାହାରିବା ତ ପୂର୍ବରୁ ଶୁଣିଥିବେ । ହେଲେ ଉତ୍ତରପ୍ରଦେଶର ଏକ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରୁଛି ବୋଲି ପ୍ରଚାର ହୋଇଛି । ଲୋକଙ୍କ ଭିଡ ଦେଖି ପୁଲିସ ହ୍ୟାଣ୍ଡ ପମ୍ପକୁ ସିଲ୍ କରିଛି ।
ସରକାରୀ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରିବା ଖବର ପ୍ରଚାର ପରେ ଲୋକେ ବାଲଟି ବାଲଟି କ୍ଷୀର ଘରକୁ ବୋହି ନେଇ ଯାଇଛନ୍ତି। କୁହାଯାଉଛି ସରକାରୀ ହାତ ପମ୍ପରୁ ଧଳା ପାଣି ବାହାରୁଥିଲା, ଯାହାକୁ ଲୋକେ କ୍ଷୀର ବୋଲି ଭାବିଥିଲେ। କେତେକ ଲୋକ ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ରାସାୟନିକ ପ୍ରତିକ୍ରିୟା ବୋଲି କହିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ତେବେ ହ୍ୟାଣ୍ଡ ପମ୍ପରୁ ଏଭଳି କ୍ଷୀର ପରି ଧଳା ପାଣି ଆସିବାର କାରଣ କ’ଣ ତାହା ଜଣା ପଡିନାହିଁ। ଏହା ମଇଳା ପାଣି ହୋଇପାରେ। ଡାକ୍ତରମାନେ ଏହି ପ୍ରକାର ପାଣି ପିଇବାକୁ ବାରଣ କରିଛନ୍ତି ଏବଂ ଏହା ଜଣେ ବ୍ୟକ୍ତିଙ୍କୁ ଅସୁସ୍ଥ କରିପାରେ ବୋଲି କହିଛନ୍ତି।
Powered by Froala Editor