୧୦ କୋଟିର କାର୍ ନେବାକୁ ଚପଲ ପିନ୍ଧି ଆସିଲେ ଏହି କୋଟିପତି

ଆଭିଜାତ୍ୟ ଓ ସଂସ୍କାର ବ୍ୟବହାରରୁ ଜଣାପଡେ । କୌଣସି ଦାମୀ ପୋଷାକ ପିନ୍ଧିଲେ ଯେ, ସେ ଜଣେ ଭଲ ମଣିଷ ତାହା ପ୍ରମାଣିତ ହୁଏ ନାହିଁ । ଯାହାର ଉଦାହରଣ ହେଉଛନ୍ତି ଚେନ୍ନାଇର ବାସିନ୍ଦା ବିଲ୍ଡର୍ ବାସୟାମ୍ ଯୁବରାଜ୍ । ଯୁବରାଜ୍ 'ରୋଲ୍ସ୍ ରୟସ୍'ର ଏକ ବିଳାସମୟ ଇଲେକ୍ଟ୍ରିକ୍ କାର୍ କିଣିଛନ୍ତି। କିନ୍ତୁ ନିଆରା କଥା ଏହା ଯେ, କୋଟିପତି ଜଣକ ସାଧାରଣ ପୋଷାକ ପିନ୍ଧି ଥିବାବେଳେ ଚପଲ ବି ସାଧାସିଧା ପିନ୍ଧିଥିଲେ । ତାଙ୍କର ଏହି ସାଧାପଣ ଲୋକଙ୍କ ହୃଦୟ ଜିତି ନେଇଛି ।
'ରୋଲ୍ସ୍ ରୟସ୍' ପକ୍ଷରୁ ଲଞ୍ଚ୍ ହୋଇଥିବା ପ୍ରଥମ ଇଲେକ୍ଟ୍ରିକ୍ କାର୍। ସେହି ଗାଡ଼ିର ଡେଲିଭରି ନେବାକୁ ଯେବେ ଯୁବରାଜ୍ ସୋ' ରୁମ୍ରେ ପହଞ୍ଚିଲେ ସେ ଏକ ସାଧାରଣ ଚପଲ ପିନ୍ଧିଥିଲେ। ଏହି କଥା ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଖୁବ୍ ଭଲ ଲାଗିଲା ଓ ସେମାନେ କାର୍ ମାଲିକଙ୍କ ଏକ ଫଟୋକୁ ସେୟାର କରିଛନ୍ତି।
ସୂଚନା ଯେ 'ରୋଲ୍ସ୍ ରୟସ୍' ପକ୍ଷରୁ ଲଞ୍ଚ୍ ହୋଇଥିବା ଏହି ପ୍ରଥମ ଇଲେକ୍ଟ୍ରିକ୍ କାର୍ର ଦର ଭାରତୀୟ ବଜାରରେ ପ୍ରାୟ ୧୦ କୋଟି ଟଙ୍କା।
Powered by Froala Editor