ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ

ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ। ମାଲେସିଆ ସରକାର ଭାରତୀୟ ଓ ଚୀନ ନାଗରିକମାନଙ୍କୁ ଏକ ମାସ ପାଇଁ ବିନା ଭିସାରେ ଦେଶରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ରବିବାର କହିଛନ୍ତି ଯେ ଡିସେମ୍ବର ୧ରୁ ଭାରତ ଓ ଚୀନର ନାଗରିକଙ୍କୁ ମାଲେସିଆରେ ଭିସା ମୁକ୍ତ ପ୍ରବେଶ ମିଳିବ ।
ରବିବାର ବିଳମ୍ବିତ ରାତିରେ ପିପୁଲ୍ସ ଜଷ୍ଟିସ ପାର୍ଟି କଂଗ୍ରେସରେ ଏକ ଅଭିଭାଷଣ ଦେଇ ଅନୱାର ଏହି ଘୋଷଣା କରିଛନ୍ତି। ଏଥିସହ ୩୦ ଦିନର ରହଣି ସୁବିଧା ମଧ୍ୟ ରଖାଯାଇଛି। କିନ୍ତୁ କେତେ ଦିନ ପର୍ଯନ୍ତ ଭିସା ମୁକ୍ତ ସେବା ରହିବ, ସେନେଇ କୌଣସି ଘୋଷଣା କରିନାହାନ୍ତି ମାଲେସିଆ ସରକାର।
ମାଲେସିଆ ନିଜର ଅର୍ଥନୈତିକ ସ୍ଥିତିସୁଦୃଢ଼ କରିବା ପାଇଁ ଏପରି କରୁଛି। ବାସ୍ତବରେ ମାଲେସିଆ ସରକାର ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଏଠାକୁ ଆଣିବାକୁ ଯୋଜନା କରିଛନ୍ତି, ଯାହାଦ୍ୱାରା ଦେଶର ଅର୍ଥନୀତି ସୁଦୃଢ଼ ହେବ। ଚୀନ ମଧ୍ୟ ମାଲେସିଆ ନାଗରିକମାନଙ୍କ ପ୍ରବେଶ ପାଇଁ ଭିସା କୋହଳ ଘୋଷଣା କରିଛି ।
Powered by Froala Editor