କାର୍ତ୍ତିକ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ କେବଳ ଧର୍ମ ଲାଗି ପାଳନ କରାଯାଏ ନାହିଁ ଏହି ଦିନ ଓଡିଶାର ସ୍ବର୍ଣ୍ଣାଭ ଅତୀତକୁ ମନେ ପକାଯାଏ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଭାତରୁ ସମସ୍ତେ ଡଙ୍ଗା ଭସାଇ ଦିନଟିକୁ ପାଳନ କରିଛନ୍ତି । ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସୋସିଆଲ ମିଡିଆ ଏକ୍ସରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା କହିଛନ୍ତି,"ଶ୍ରଦ୍ଧା, ଭକ୍ତି ଏବଂ ଦେବୀୟ ଉପାସନାର ଭାରତୀୟ ପରମ୍ପରାରେ ପ୍ରକାଶିତ ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳିରେ ଅନେକ ଶୁଭକାମନା । ମୁଁ କାମନା କରୁଛି ଏହି ପବିତ୍ର ଅବସର ଦେଶରେ ମୋର ପରିଜନଙ୍କ ଜୀବନରେ ନୂଆ ରଙ୍ଗ ଭରି ଦେଉ । ସୁଖ ସମୃଦ୍ଧି ଆଣିଦେଉ ।"
Powered by Froala Editor