ନଭେମ୍ବର ୨୬ ରେ ସବୁଠାରୁ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ : ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ‘ମନ୍ କି ବାତ୍’ରେ ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ମନେ ପକାଇ ଏହାକୁ ଭାରତର ସବୁଠାରୁ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି।
ନଭେମ୍ବର ୨୬ କୁ ଆମେ କେବେ ବି ଭୁଲି ପାରିବୁ ନାହିଁ। ଏହି ଦିନ ହିଁ ଦେଶରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ମୁମ୍ବାଇ ଏବଂ ସମଗ୍ର ଦେଶକୁ ଥରାଇ ଦେଇଥିଲେ। ପୂର୍ଣ୍ଣ ସାହସ ସହିତ ଆତଙ୍କବାଦକୁ ମଧ୍ୟ ଦମନ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ସୂଚନାଯୋଗ୍ୟ, ୨୬ ନଭେମ୍ବର ୨୦୦୮ରେ ୧୦ ଜଣ ସଶସ୍ତ୍ର ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ଏକ ସମନ୍ବିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କ୍ଷୟକ୍ଷତି ଘଟାଇଥିଲେ।
Powered by Froala Editor