ଲଜ୍ରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥ ପୁର ଥାନା ଅନ୍ଗୋତର୍ଗତଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜ୍ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଘର କେରଳର ବୋଲି ଜଣାପଡ଼ିଛି। ତାଙ୍କ ନାଁ ଅବଦୁଲ ପରିପାଲିପ।
ଗତ ୧୯ ତାରିଖରେ ଅବଦୁଲ ନିଜ ପୁରୁଷବନ୍ଧୁ ସହ ଆସି ଲଜ୍ରେ ରହୁଥିଲେ। ଉଭୟ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ। ଉଭୟ କିଛି ଦିନଦିନ ହେବ ଲଜ୍ରେ ରହିଥିଲେ। ଗତକାଲି ସନ୍ଧ୍ୟାରେ ଲଜ କର୍ମଚାରୀ ସଫେଇ କରିବା ପାଇଁ ଅବଦୁଲଙ୍କ କବାଟ ବାଡେଇଥିଲେ। ହେଲେ କେହି କବାଟ ଖୋଲି ନଥିଲେ। ଏ ନେଇ ଲଜ୍ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା।ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ରୁମର କବାଟ ଭାଙ୍ଗି ଭିତରେ ପଶିଥିଲେ। ରୁମ ଭିତରେ ଅବଦୁଲଙ୍କ ମୃତଦେହ ପଡ଼ିଥିଲା। ହେଲେ ତାଙ୍କ ପୁରୁଷ ବନ୍ଧୁ ଫେରାର ହୋଇଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଯୁବତୀ ଜଣଙ୍କର କିପରି ମୃତ୍ୟୁ ହେଲା ତାର ଅସ୍ପଷ୍ଟ ରହିଛି। ତାକୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ଅଛି ତାହା ପଡ଼ି ନାହିଁ।
Powered by Froala Editor