ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି
ଭୁବନେଶ୍ୱର : ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶନିବାର ବିମାନବନ୍ଦରରୁ ରାଜଭବନ ରୁଟ୍ ଲାଇନ୍ର ରିହର୍ସାଲ କରିଛି କମିଶନରେଟ୍ ପୁଲିସ୍ ।
ରବିବାର ସନ୍ଧ୍ୟା ସାଢ଼େ ୬ଟାବେଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରୁ ତାଙ୍କୁ ରାଜଭବନ ନିଆଯିବ । ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ । ସୋମବାର ସକାଳ ସାଢ଼େ ୮ ଟା ବେଳେ ରାଜଭବନରୁ ବାହାରି ବିଜୁପଟ୍ଟନାୟକ ବିମାନବନ୍ଦର ଯିବେ । ସେଠାରୁ ବାୟୁସେନାର ହେଲିକପ୍ଟରରେ ପାରାଦୀପ ଯିବେ । ଏଥିପାଇଁ ୩ଟି ହେଲିକପ୍ଟର ବ୍ୟବସ୍ଥା ହୋଇଛି । ଗୋଟିଏ ହେଲିକପ୍ଟରରେ ରାଷ୍ଟ୍ରପତି ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ, ଦ୍ୱିତୀୟ ହେଲିକପ୍ଟରରେ ଅନ୍ୟ ସୁରକ୍ଷା କର୍ମୀ ଓ ତୃତୀୟ ହେଲିକପ୍ଟରରେ ଡାକ୍ତର, ଅଫିସ୍ କର୍ମଚାରୀ, ତାଙ୍କ ଫଟୋଗ୍ରାଫର, ପିଅନ ଯିବେ ।
ସୋମବାର ପ୍ରାୟ ୯ଟା ବେଳେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ରାଷ୍ଟ୍ରପତି ଅବତରଣ କରିବେ । ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ୟ୍ୟକ୍ରମସ୍ଥଳ ପର୍ୟ୍ୟନ୍ତ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ । ସେମବାର ଅପରାହ୍ଣ ୪ଟାବେଳେ ପାରାଦୀପରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ସାଢ଼େ ୪ଟା ବେଳେ ପହଞ୍ଚିବେ । ସେଠାରୁ ଦିଲ୍ଳୀ ଫେରିଯିବେ।
Powered by Froala Editor