କାର୍ତ୍ତିକ ପୂର୍ଣ୍ଣିମା ପରଦିନ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ
କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ।
ଲେଜର ସ୍କାନିଂ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା-ଏଏସଆଇକୁ ଦାୟିତ୍ଵ ଦିଆଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଉପଯୁକ୍ତ ସମୟ ଦେଖି ଏଏସଆଇ ଏହି କାର୍ଯ୍ୟ କରାଯିବା ନେଇ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ନିଷ୍ପତ୍ତି ଅନୁସାରେ ସ୍କାନିଂ ରିପୋର୍ଟ ହସ୍ତଗତ ପରେ ରତ୍ନଭଣ୍ଡାର ମରାମତି ଓ ଖୋଲିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
Powered by Froala Editor