ଭିଜିଲାନ୍ସ ଜାଲରେ ଅବକାରୀ ସୁପରିଟେଣ୍ଡେଣ୍ଟ
ନବରଙ୍ଗପୁର : ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ୫ଟି ସ୍ଥାନରେ ଚଢାଉ ହୋଇଥିବା ସୂଚନା ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଇଛାବତୀଗୁଡ଼ା ସ୍ଥିତ ଭଡ଼ା ଘର, ସରକାରୀ କାର୍ୟ୍ୟାଳୟ , ଜୟପୁର ସ୍ଥିତ ପୈୃତକ ଘର ସହିତ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାଖାପାଖି ୫ଟି ସ୍ଥାନରେ ଚଢାଉ ହେଉଥିବା ସୂଚନା ।
ସେପଟେ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି । ସେନେଇ ମଧ୍ୟ କୌଣସି ତଥ୍ୟ ନାହିଁ । ତେବେ ଚଢାଉ ଶେଷ ପରେ ରେଡ୍ ନେଇ ଭିଜିଲାନ୍ସ ସବିଶେଷ ତଥ୍ୟ ଦେବ ବୋଲି ସୂଚନା ମିଳୁଛି ।
Powered by Froala Editor