ଡିପଫେକ୍କୁ ନେଇ ରାଗିଲେ ସାରା, ଇନଷ୍ଟାରେ ପୋଷ୍ଟ କଲେ ଲମ୍ବା ବାର୍ତ୍ତା
ଭାରତୀୟ କ୍ରିକେଟର ଶୁବମାନ ଗିଲଙ୍କ ସହ ସମ୍ପର୍କ ପାଇଁ ସାରା ତେନ୍ଦୁଲକର ଅନେକ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ଉଭୟ କେବେ ବି ଖୋଲାଖୋଲି ଭାବେ ସ୍ବୀକାର କରିନଥିବା ବେଳେ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ତେବେ ସାମାଜିକ ଗଣମାଧ୍ୟମରେ ଏବେ ଡିପ୍ଫେକ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ମୁହଁ ଖୋଲିଛନ୍ତି ସାରା ତେନ୍ଦୁଲକର ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ, କ୍ୟାଟ୍ରିନା କୈଫ ଏବଂ ରଶ୍ମିକା ମନ୍ଦାନାଙ୍କ ପରି ସାରା ତେନ୍ଦୁଲକର ମଧ୍ୟ ଡିପ୍ଫେକ୍ ଫଟୋର ଶିକାର ହୋଇଥିଲେ। ଯାହା ଉପରେ ସେ ଏକ ଲମ୍ବା ପୋଷ୍ଟ ଶେୟାର କରି ଏଥିରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସାରା ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଆମର ଖୁସି, ଦୁଃଖ ଏବଂ ଦୈନନ୍ଦିନ କାର୍ଯ୍ୟକଳାପ ଶେୟାର କରିବା ପାଇଁ ସୋସିଆଲ ମିଡିଆ ହେଉଛି ଏକ ପ୍ଲାଟଫର୍ମ। କିନ୍ତୁ ଟେକ୍ନୋଲୋଜିର ଅପବ୍ୟବହାର କରୁଥିବା କିଛି ଲୋକ ଇଣ୍ଟରନେଟର ସତ୍ୟତା ଏବଂ ସତ୍ୟତାକୁ ଛଡ଼ାଇ ନେଉଛନ୍ତି।
Xରେ ମୋର ସେଭଳି କୌଣସି ଆକାଉଣ୍ଟ ନାହିଁ । ତେଣୁ X ପ୍ଲାଟଫର୍ମ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନେଇ ତୁରନ୍ତ ସେଭଳି ଆକାଉଣ୍ଟଗୁଡିକୁ ସସ୍ପେଣ୍ଡ କରିବା ଉଚିତ । ସତ ନଜାଣି କେବେ ବି ଏହାକୁ ଏକ ମନୋରଞ୍ଜନର ମାଧ୍ୟମ କରାନଯାଉ କିମ୍ବା ଏଭଳି ଗୁଜବ ପ୍ରଚାର କରାନଯାଉ ।'
ସାରା ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ମୋର ଡିପଫେକ ଫଟୋଗୁଡ଼ିକ ବାସ୍ତବତାଠାରୁ ବହୁ ଦୂରରେ। ଏକ୍ସ ପୂର୍ବରୁ ଟୁଇଟରରେ ଥିବା କିଛି ପୋଷ୍ଟ ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ସ୍ପଷ୍ଟ ଭାବରେ ସୃଷ୍ଟି କରାଯାଇଛି ।
Powered by Froala Editor