ପ୍ରଶ୍ନକାଳ ଆରମ୍ଭରୁ ପୁଣି ଗୃହରେ ହଟ୍ଟଗୋଳ
ଭୁବନେଶ୍ଵର : ବିଧାନସଭା ଶୀତ ଅଧିବେଶନ । ତୃତୀୟ ଦିନରେ ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଆଦିବାସୀ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ କମ୍ପିଲା ଗୃହ। ବିରୋଧୀମାନେ ବ୍ୟାନର ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ରତିବାଦ କରିଥିଲେ। ଯାହାଫଳରେ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି।
Powered by Froala Editor