ଗଣେଶଙ୍କ ପୂଜା ବିନା ହୋଇନଥାଏ କୌଣସି ଶୁଭ କାର୍ୟ୍ୟ

ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି । ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ୟ୍ୟର ପ୍ରାରମ୍ଭ ହୋଇନଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ । ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।
ରୋଗ ଲାଗି ରହି ଖର୍ଚ୍ଚ ହେଉଥିଲେ...
ଗଣେଶଙ୍କ ଲାଲ ରଙ୍ଗର ମୂର୍ତ୍ତିକୁ ସ୍ଥାପନ କରନ୍ତୁ । ନିୟମିତ ସକାଳ ସମୟରେ ୧୧ଟି ଲାଲ ପୁଷ୍ପ ଅର୍ପଣ କରନ୍ତୁ ।ଏହା ପରେ ‘ବକ୍ରତୁଣ୍ଡ ମହାକାୟ’ ମନ୍ତ୍ରକୁ ୧୦୮ ଥର ରୁଦ୍ରାକ୍ଷ ମାଳା ନେଇ ଜପ କରନ୍ତୁ । ଏହି ଉପାୟ ଲଗାତର ୨୭ ଦିନ ପର୍ୟ୍ୟନ୍ତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିବା ସହ ସମସ୍ୟାରୁ ମୁକ୍ତି ମିଳିଥାଏ । ୨୭ ଟି ଲାଲ ଗୋପାଲ ଫୁଲକୁ ଗଣେଶଙ୍କ ମନ୍ତ୍ର ଉଚ୍ଚାରଣ କରି ପ୍ରଭୁଙ୍କୁ ଅପର୍ଣ କରନ୍ତୁ ।
ଧନର ଅଭାବ ଲାଗି ରହୁଥିଲେ କରନ୍ତୁ ଏହି ଉପାୟ.....
ଭଗବାନ ଗଣେଶଙ୍କର ସବୁଜ ରଙ୍ଗର ମୂର୍ତ୍ତିକୁ ଉତ୍ତର ଦିଗରେ ସ୍ଥାପନା କରନ୍ତୁ । ନିୟମିତ ୧୧ ଟି ସବୁଜ ଦୁବ ଗଣେଶଙ୍କୁ ଅର୍ପଣ କରନ୍ତୁ । ଏହା ପରେ ‘ଓଁ ନମୋ ଭଗବତେ ଗଜାନନାୟ’ ଏହି ମନ୍ତ୍ରର ୧୦୮ ଥର ଜପ କରନ୍ତୁ ।ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ । ଏହା ପରେ ଏହି ଭୋଗକୁ ପିଲାମାନଙ୍କୁ ବାଂଟି ଦିଅନ୍ତୁ । ଏହି ଉପାୟ ନିୟମିତ ୧୧ ଦିନ କରନ୍ତୁ ।
ଅଯଥା ଧନ ଖର୍ଚ୍ଚ ହେଉଥିଲେ କରନ୍ତୁ ଏହି ଉପାୟ.....
ଗଣେଶଙ୍କ ହଳଦିଆ ରଙ୍ଗର ମୂର୍ତ୍ତିକୁ ପୂର୍ବ ଦିଗରେ ସ୍ଥାପନ କରନ୍ତୁ । ସବୁଜ ଦୁବ ଅର୍ପଣ ସହ ଧୂପଦୀପ ଅର୍ପଣ କରନ୍ତୁ । ନିୟମିତ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ । ଗଣେଶଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହି ଉପାୟ ନିୟମିତ ୨୭ ଦିନ ପର୍ଯ୍ୟନ୍ତ କରନ୍ତୁ ।
କର୍ମକ୍ଷେତ୍ରରେ ଧନ ବୃଦ୍ଧି ପାଇଁ.....
ପ୍ରଭୁ ଗଣେଶଙ୍କ ସହ ମା’ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ସ୍ଥାପନ କରନ୍ତୁ । ପ୍ରଭୁ ଓ ମା’ଙ୍କୁ ଗୋଲାପର ଅତର ଅର୍ପଣ କରନ୍ତୁ । ଏହା ପରେ ‘ଓଁ ଗଣ ଗଣପତାୟ ନମଃ’ ମନ୍ତ୍ରର ୧୦୮ ଥର ଜପ କରନ୍ତୁ । ଏହି ଉପାୟ ପ୍ରତି ଶୁକ୍ରବାର କରନ୍ତୁ ।
Powered by Froala Editor