ନମିତାଙ୍କ ବୋହୂ ହେବେ ତମନ୍ନା ବ୍ୟାସ

ଶାଶୂ ହେବାକୁ ଯାଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ । ଭକ୍ତିମୟ ଭଜନ ସାଙ୍ଗକୁ ରୋମାଣ୍ଟିକ ଗୀତରେ ଓଡ଼ିଆ ସଂଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନମିତା ଏବେ ବାସ୍ତବ ଜୀବନରେ ଶାଶୂ ହେବାକୁ ଯାଉଛନ୍ତି । ସୂଚନା ମୁତାବକ ନମିତା ଅଗ୍ରୱାଲଙ୍କ ପୁଅ ତଥା ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ସିଦ୍ଧାର୍ଥ ଅଗ୍ରୱାଲଙ୍କର ବିବାହ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ସହ ହେବାକୁ ଯାଉଛି ।
ବିବାହକୁ ନେଇ ଅଗୱାଲ ପରିବାର ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ତେବେ ତମନ୍ନା ସୋସିଆଲ ମିଡିଆରେ ବିବାହ ପୂର୍ବର ଫଟୋସୁଟର କିଛି ଦୃଶ୍ୟ ସେୟାର କରିଛନ୍ତି । ସିଦ୍ଧାର୍ଥ ମଧ୍ୟ ନିଜ ସୋସିଆଲ ମିଡିଆରେ ପ୍ରି- ୱେଡିଂ ଭିଡିଓ ସେୟାର କରିଛନ୍ତି ।
ଆସନ୍ତା ବର୍ଷ ଜାନୁଆରୀ ୧୬ ତାରିଖରେ ବିବାହ ତାରିଖ ଧାର୍ଯ୍ୟ ହୋଇଛି । ଏଥିସହ ପୁଅ ବୋହୂଙ୍କ ପାଇଁ ତିନି ତିନୋଟି ଭୋଜିର ଆୟୋଜନ କରିବାକୁ ଯାଉଛନ୍ତି ସୀତାରାମ ଓ ନମିତା ଅଗ୍ରୱାଲ ।
Powered by Froala Editor