ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ ୱେ
ଭୁବନେଶ୍ୱର: ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ ୱେ। ଆଜି ଅପରାହ୍ନରେ ନୂତନ ରୋପ୍ ୱେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଜି ଉଦଘାଟନ ପରେ ଏହା ଆସନ୍ତା କାଲିଠାରୁ ପର୍ୟ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। କାଲିଠାରୁ ରୋପ ୱେରେ ବସି ପର୍ୟ୍ୟଟକ ମଜା ନେଇପାରିବେ।
ପୂର୍ବରୁ ନନ୍ଦନ କାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା। ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ୟ୍ୟ କରାଯାଇଛି। ରୋପ ୱେ ଦ୍ୱାରା ପର୍ୟ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ। ଏଥିସହ ପ୍ରାକୃତିକ ସୌନ୍ଦର୍ୟ୍ୟର ମଜା ନେଇପାରିବେ।
Powered by Froala Editor