ହାଉସବୋଟ୍ରେ ଭୟଙ୍କର ନିଆଁ : ୬ ପର୍ଯ୍ୟଟକଙ୍କ ମୃତ୍ୟୁ
ଶ୍ରୀଗନରର ଡାଲ ଲେକ୍ରେ ଅନେକ ହାଉସ ବୋଟ୍ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏହି ପୋଡ଼ା ହାଉସ ବୋଟ ଭିତରୁ ୬ ଜଣ ପର୍ଯ୍ୟଟକଙ୍କ ମୃତଦେହ ମିଳିଛି। ଏହି ପର୍ଯ୍ୟଟକମାନେ ବାଂଲାଦେଶର ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ୯ ନମ୍ବର ଘାଟରେ ପ୍ରଥମେ କୌଣସି କାରଣବଶତଃ ଏକ ହାଉସବୋଟରେ ନିଆଁ ଲାଗିଯାଇଥିଲା ।
ସେହିପରି ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ନିଆଁରେ ୫ଟି ହାଉସ ବୋଟ ଓ ଏହାକୁ ଲାଗି ରହିଥିବା ସମାନ ସଂଖ୍ୟକ ମାଟିର ଘର ମଧ୍ୟ ପାଉଁଶ ହୋଇଯାଇଛି। ତେବେ ନିଆଁ ଏତେ ମାତ୍ରାରେ ଲାଗିଥିଲା ଯେ ପର୍ଯ୍ୟଟକମାନେ ହାଉସ ବୋଟରୁ ବାହାରିପାରିନଥିଲେ ।
ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ ପର୍ଯ୍ୟଟକମାନେ ଡାଲ ହ୍ରଦରେ ଥିବା ‘ସଫିନା’ ହାଉସବୋଟରେ ରହୁଥିଲେ, ଏଥିରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଅନ୍ୟ ୫ଟି ହାଉସବୋଟ ମଧ୍ୟ ଜଳି ପାଉଁଶ ହୋଇଯାଇଥିଲା।
Powered by Froala Editor