ଖୁସି ଖବର ସାଜି ଆସିଛି ବର୍ଷା, ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ପାଇଲେ ଦିଲ୍ଲୀ ବାସିନ୍ଦା
ନୂଆଦିଲ୍ଲୀ: ପ୍ରଦୂଷଣରେ କଳବଳ ହେଉଥିବା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଖୁସି ଖବର ସାଜି ଆସିଛି ବର୍ଷା। ବିଳମ୍ବିତ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଫଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଆଜି ସକାଳୁ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ବିଜୟଚୌକ୍, କର୍ତ୍ତବ୍ୟପଥ, ରାଜଘାଟ ସମେତ ପୂରା ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହୋଇଛି। ବହୁ ଦିନ ପରେ ଲୋକେ ବିନା ମାସ୍କରେ ବାହାରକୁ ବାହାରିଛନ୍ତି।
କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ଆଜି ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଏହାସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ଲୋକଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି।
Powered by Froala Editor