ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ବିଏସ୍ଏଫ୍ ଜବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଦ୍ୱିତୀୟ ବାଟାଲିୟନ ବି.ଏସ୍ଏଫ ଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରା ଯାଇଛିା ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରୁପାଲ୍ଲୀ ପଂଚାୟତ ଅନ୍ତର୍ଗତ ଓଡିଶା ଛତିଶଗଡ ସୀମାନ୍ତବର୍ତୀ ଅଞ୍ଚଳ କିରିମିଟି ଓ ତୁଳସୀ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଦ୍ୱିତୀୟ ବାଟାଲିୟନ ବି.ଏସ୍.ଏଫ୍ ଜବାନ ମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଗୋଟିଏ ସ୍ଥାନରେ ମାଓ ସାମଗ୍ରୀ ଥିବା ଜାଣିବାକୁ ପାଇଥିଲୋ ଉକ୍ତ ସ୍ଥାନକୁ ଯାଇ ମାଟିତଲେ ପୋତା ହୋଇଥିବା ମାଓ ସାମଗ୍ରୀ ଗୁଡିକ ମାଟି ଖୋଳି ଜବତ କରିଥିଲୋ
ଜବତ ହୋଇଥଇବା ସାମଗ୍ରୀ ଗୁଡିକ ମଧ୍ୟରୁ ଆଲୁମିନିୟମ କଂଟେନର ଗୋଟିଏ, ବିନା ତାର ବାଟେରି ଓ ଆଂଟେନା ସେଟ୍ ଗୋଟିଏ, ଗ୍ରାନେଡ୍ ଗୋଟିଏ, ୧୨ ବୋର ଅମୁନେସନ୍ ଚାରୋଟି, ମାଓ ପୁସ୍ତକ ୮୨ଟି, ପ୍ଲାଷ୍ଟିକ୍ ସିଟ୍ ଓ ଟାର୍ପଲିନି ଗୋଟିଏ, ବ୍ୟାଗ ଛଅଗୋଟି ଜବତ କରିଛନ୍ତିା ଏହି ସାମଗ୍ରୀ ଗୁଡିକ ମାଓବାଦୀ ମାନେ ବ୍ୟବହାର କରୁଥିବା ବେଳେ ଏହି ସାମଗ୍ରୀ ଗୁଡିକ ଜବାନ ମାନଙ୍କୁ ଟାର୍ଗେଟ କରି ରଖା ଯାୀଇଥିବା ବି.ଏସ୍.ଏଫ୍ ତରଫରୁ ସୁଚନା ଦିଆ ଯାଇଛିା ତେବେ ବର୍ତମାନ ସୁଦ୍ଧା ସେହି ଅଂଚଳରେ କୁମ୍ବିଂ ଅପରେସନ ଜାରି ରହିଥିବା ସୁଚନା ଦେଇଛନ୍ତିା
Powered by Froala Editor