ସୀମା ଜଗିବେ ମହୁମାଛି
ଭାରତ-ବାଂଲାଦେଶ ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଗୋରୁ ଚୋରା ଚାଲାଣ ହେଉଛି। ଯାହା ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି। ଚୋରାଚାଲାଣ ଓ ଅନୁପ୍ରବେଶ ରୋକିବା ଲାଗି ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ ।
ଏହା କେବଳ ଅନୁପ୍ରବେଶକାରୀଙ୍କୁ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି।
ସୀମାରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ମହୁମାଛି ସହିତ ଯୋଡ଼ିବା ପାଇଁ ନଦିଆ ଜିଲ୍ଲାର ସୀମାନ୍ତ ଅଂଚଳରେ ବିଏସଏଫର ୩୨ ତମ ବାଟାଲିୟନ ଦ୍ୱାରା ଏହାର ପ୍ରଥମ ପ୍ରକାର ଯୋଜନା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ବିଏସ୍ଏଫ୍ ସୀମାରେ ରହୁଥିବା ଗ୍ରାମବାସୀଙ୍କୁ ମହୁଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ବିଏସ୍ଏଫ୍ କେନ୍ଦ୍ର ସରକାରଙ୍କ ସହାୟତା ନେଉଛି। ସୀମାବର୍ତ୍ତୀ ଗ୍ରାମବାସୀମାନେ ମହୁଚାଷରୁ ଆୟର ସେମାନଙ୍କ ଭାଗ ମଧ୍ୟ ପାଇବେ। ଏହାଛଡ଼ା ମହୁମାଛିଙ୍କୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ ।
ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟରୁ ପ୍ରାୟ ୨୨୦୦ କିଲୋମିଟର ପଶ୍ଚିମବଙ୍ଗରେ ଅଛି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ବିଏସ୍ଏଫ୍ ବର୍ତ୍ତମାନ ମହୁମାଛି ମାଧ୍ୟମରେ ଅନୁପ୍ରବେଶ ରୋକିବା ଉପରେ କାମ କରୁଛି । ବିଏସ୍ଏଫ୍ ସୀମାରେ ଲାଗିଥିବା ତାରବାଡ଼ ନିକଟରେ ମହୁମାଛି ବସା ତିଆରି କରୁଛି । ଯଦି କୌଣସି ଅନୁପ୍ରବେଶକାରୀ କିମ୍ବା ଚୋରା ଚାଲାଣକାରୀ ବାଡକୁ ଛୁଇଁବେ ତେବେ ସେମାନେ ମହୁମାଛିଙ୍କ ଆକ୍ରମଣର ଶିକାର ହେବେ ।
Powered by Froala Editor