ଆଶୀର୍ବାଦ ‘ଶହ ଶହ ବର୍ଷ ଧରି ଚାଲି ଆସୁଥିବା ରଥ ଯାତ୍ରା’କୁ କରୁଛି ଜୀବିତ
ଭୁବନେଶ୍ୱର: ରଥ ଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ବୈଭବର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ଶହ ଶହ ବର୍ଷ ଧରି ଆସ୍ଥା ଏବଂ ପରମ୍ପରାର ପ୍ରତୀକ ରହିଆସିଛି । ବିଗତ କିଛି ବର୍ଷରେ, ଭାରତର ନମ୍ବର ୧ ଅଟା ବ୍ରାଣ୍ଡ୍, ଆଶୀର୍ବାଦ ଅଟା, ଏହି ପାର୍ବଣକୁ ଅଧିକ ସ୍ୱତନ୍ତ୍ର କରିବା ନିମନ୍ତେ ଅନେକ ଅନନ୍ୟ ପ୍ରୟାସ କରିଆସୁଛି । ଏହି ବ୍ରାଣ୍ଡ୍ ନବସୃଜନ ଏବଂ ପରମ୍ପରାର ସଙ୍ଗମ ପ୍ରସ୍ତୁତ କରୁଛି, ଯାହା ଏହି ପାର୍ବଣକୁ ଅଧିକ ଭବ୍ୟ କରି ଗଢିତୋଳୁଛି ।
ଚଳିତ ବର୍ଷ ଆଶୀର୍ବାଦ ଅଟା ପକ୍ଷରୁ ‘ରଥ ଯାତ୍ରା- ଏକ ଐତିହ୍ୟ’ ପ୍ରୟାସକୁ ଉପସ୍ଥାପନ କରୁଛି, ଯାହା ସମୟ ସହିତ ରଥ ଯାତ୍ରାର ବିକାଶକୁ ୧୧୦୦ ଖ୍ରୀଷ୍ଟାବ୍ଦରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଇମର୍ସିବ ୩-ସ୍କ୍ରିନ୍ କୋ÷ଶଳ ମାଧ୍ୟମରେ ପ୍ରଦର୍ଶିତ କରିବାର ପ୍ରତିଶ୍ରୁତି ଦେଉଛି । ଜିଟି ରୋଡ ସ୍ଥିତ ବ୍ରାଣ୍ଡ୍ର ଷ୍ଟଲ ଲାଗିବ, ଯାହାକୁ ପଟ୍ଟଚିତ୍ରର ପାରମ୍ପରିକ କଳାରେ ସଜ୍ଜିତ କରାଯିବ । ଏହା ଏକ ପ୍ରାଚୀନ କଳା ଅଟେ, ଯାହା ନିଜର ନିଖୁଣ କାରିଗରୀ ନିମନ୍ତେ ସୁପରିଚିତ । ଏଥିରେ ଇକତ, ସମ୍ବଲପୁରୀ, କୋଟକୀ ଏବଂ ବୋମକାଇ ଭଳି ହ୍ୟାଣ୍ଡଲୁମ୍ ପୃଥକ ପୃଥକ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରତ୍ୟେକର ନିଜସ୍ୱ ଏକ କାହାଣୀ ଉପସ୍ଥାପନ କରାଯାଉଛି ।
ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପ୍ରୟାସ ଭାବରେ, ରଥ ଯାତ୍ରାକୁ ଆଶୀର୍ବାଦ ଦ୍ୱାରା ଭର୍ଚୁଆଲ ଏବଂ ବାସ୍ତବିକ ଦୁନିଆର ସଙ୍ଗମ କରାଯାଇ ଉପସ୍ଥାପନ କରାଯାଉଛି, ଯେଉଁଥିରେ ଡିଜିଟାଲ ସିମୁଲେସନ ଜରିଆରେ ସମସ୍ତଙ୍କୁ ରଥ ଟାଣିବାର ଅନୁଭବ ପ୍ରଦାନ କରାଯିବ । ଏହି ପ୍ରୟାସ ସେହି ଲୋକମାନଙ୍କ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି ଯେଉଁମାନେ ଶାରୀରିକ ଭାବରେ ରଥ ଟାଣିବାକୁ ଅସମର୍ଥ ଅଟନ୍ତି ଏବଂ ଏହିଭଳି ଭାବରେ ଏହି ପରମ୍ପରାରେ ସମସ୍ତ ଲୋକଙ୍କ ଭାଗୀଦାର ସୁନିଶ୍ଚିତ କରାଯିବ ।
ଆଶୀର୍ବାଦ ଅଟା ଦ୍ୱାରା ନିର୍ମିତ ଏହି ରୋଚକ ଅନୁଭବ କେବଳ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିବା ପାଇଁ କରାଯିବ ନାହିଁ, ବରଂ ଏହି ଉତ୍ସବରେ ଭକ୍ତି ଏବଂ ଉତ୍ସାହ ବୃଦ୍ଧିକରିବ, ଯଦ୍ଦ୍ୱାରା ସେମାନଙ୍କୁ ଏକ ସ୍ମରଣୀୟ ଅନୁଭୂତି ମିଳିବ ।
‘ରଥ ଯାତ୍ରା- ଏକ ଐତିହ୍ୟ’ ଓଡ଼ିଶାର ରଥ ଯାତ୍ରାର ଚିରସବୁଜ ପରମ୍ପରାର ସମ୍ମାନ ଅଟେ । ପୁରୀ ଗ୍ରାଣ୍ଡରୋଡର ବଡଶଙ୍ଖ ଠାରେ ଆଶୀର୍ବାଦର ଏହି ଆକ୍ସିଭେସନ ଦେଖି ଆପଣ ଭକ୍ତି ଏବଂ ନବସୃଜନର ଏକ ସ୍ମରଣୀୟ ଯାତ୍ରାରେ ବାହାରି ପାରିବେ ।
ଆଗନ୍ତୁକଙ୍କ ପାଇଁ ଆଶୀର୍ବାଦର ଷ୍ଟଲ୍ ୭ ଜୁଲାଇରୁ ୧୫ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ଖୋଲା ରହିବ ।
Powered by Froala Editor