ତାସ୍ ଘର ପରି ଭୁଶୁଡିଲା ସେୟାରମାର୍କେଟ : ମିନିଟ୍ରେ ୧୦ ଲକ୍ଷ କୋଟି ଟଙ୍କା କ୍ଷତି
ସୋମବାର ସେନସେକ୍ସ ଏବଂ ନିଫ୍ଟି କ୍ରମାଗତ ଦ୍ୱିତୀୟ ଥର ପାଇଁ ତୀବ୍ର ହ୍ରାସ ଘଟିଛି। ତାସ୍ ଘର ପରି ଭୁଶୁଡିପଡିଛି ସେୟାର ମାର୍କେଟ୍। ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ଫଳରେ ନିବେଶକଙ୍କ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି।
କେବଳ ଭାରତ ନୁହଁ ସାରା ବିଶ୍ୱରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ଭାରତଠୁ ଆମେରିକା ପର୍ୟ୍ୟନ୍ତ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଆମେରିକାରେ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ସେୟାର ବଜାରରେ ପଡ଼ିଛି ବୋଲି ସ୍ପଷ୍ଟ ଜଣାପଡୁଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ଟି ସେୟାର ଯୁକ୍ତ ସେନ୍ସେକ୍ସ ସେନ୍ସେକ୍ସ ୧୫୦୦ ପଏଣ୍ଟ ହ୍ରାସ ପାଇ ୮୦,୦୦୦ ତଳକୁ ଖସି ପଡିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ପ୍ରାୟ ୫୦୦ ପଏଣ୍ଟ ହ୍ରାସ ପାଇଛି।
Powered by Froala Editor